ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମୋଇନ ଅଲ୍ଲୀ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମୋଇନ ଅଲ୍ଲୀ। ଇଂଲଣ୍ଡ କ୍ରିକେଟ ଟିମ୍‌ର ଦକ୍ଷ ଅଲ୍ଲରାଉଣ୍ଡର ମୋଇନ ଅଲ୍ଲୀ ।

Moeen Ali

୧୦ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅରରେ ୨୯୮ ମ୍ୟାଚ୍ ଖେଳିଛନ୍ତି। ତେବେ ଫ୍ରାଞ୍ଚାଇଜି କ୍ରିକେଟ ଖେଳିବା ଜାରି ରଖିବେ ମୋଇନ ।ମୋଇନ ଅଲ୍ଲୀଙ୍କ ଅବସର ଇଂଲଣ୍ଡ କ୍ରିକେଟ୍ ପାଇଁ ବଡ ଝଟକା । ତେବେ ଦଳରେ ଅଣଦେଖା କାରଣରୁ ମୋଇନ ଅବସର ଘୋଷଣା କରିଥିବା କୁହାଯାଉଛି । କାରଣ ନିକଟରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରିଥିଲା । ଏହି ଦଳରେ ବରିଷ୍ଠ ଅଲରାଉଣ୍ଡର ମୋଇନ ଅଲ୍ଲୀଙ୍କୁ ସ୍ଥାନ ମିଳିନି ।

ଡେଲି ମେଲକୁ ଦେଇଥିବା ସାକ୍ଷାତକାରରେ ମୋଇନ ଅଲ୍ଲୀ କହିଛନ୍ତି, ମୁଁ ୩୭ ବର୍ଷର ହୋଇ ସାରିଛି ଏବଂ ଚଳିତ ମାସରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ମୋତେ ଦଳରେ ଚୟନ କରାଯାଇ ନାହିଁ । ମୁଁ ଇଂଲଣ୍ଡ ପାଇଁ ବହୁତ କ୍ରିକେଟ୍ ଖେଳିଛି । ଏବେ ଆଗାମୀ ପିଢି ପାଇଁ ସମୟ ଆସି ଯାଇଛି, ଯେଉଁ ବିଷୟରେ ମୋତେ ଅବଗତ କରାଇ ଦିଆଯାଇଛି । ମୋତେ ଲାଗୁଛି କ୍ରିକେଟରୁ ଅବସର ନେବାର ଏହା ପ୍ରକୃଷ୍ଟ ସମୟ ।

ସେ ଏହା ମଧ୍ୟ କହିଛନ୍ତି, ମୁଁ ବହୁତ ଗର୍ବିତ । ଯେବେ ଆପଣ ପ୍ରଥମ ଥର ଇଂଲଣ୍ଡ ପାଇଁ ଖେଳନ୍ତି ଏବଂ ଆପଣଙ୍କୁ ଜଣା ନ ଥାଏ ଯେ, ଆପଣ କେତେ ମ୍ୟାଚ୍ ଦେଶ ପାଇଁ ଖେଳିବାକୁ ଯାଉଛନ୍ତି । ଏଥିପାଇଁ ପାଖାପାଖି ୩୦୦ ମ୍ୟାଚ୍ ଖେଳିବା ଅଦ୍ଭୁତ । ମୋର୍ଗାନ ଯେବେ ଦିନିକିଆ ଦଳର ମଙ୍ଗ ସମ୍ଭାଳିଲେ ମୋତେ ଖେଳିବାକୁ ଅଧିକ ସୁଯୋଗ ମିଳିଥିଲା । ମାତ୍ର ଟେଷ୍ଟ କ୍ରିକେଟ୍ ଅସଲି କ୍ରିକେଟ୍ ଥିଲା, ଯେଉଁଠି ମୋତେ କମ୍ ସୁଯୋଗ ମିଳିଛି ।

୨୦୧୪ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ମୋଇନ ପ୍ରାୟ ଏକ ଦଶନ୍ଧି ଧରି ଜଣେ ଅଲରାଉଣ୍ଡର ଭାବେ ୬୮ ଟେଷ୍ଟ, ୧୩୮ ଦିନିକିଆ ଓ ୯୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେ ସମସ୍ତ ଫର୍ମାଟରେ ଇଂଲଣ୍ଡ ପାଇଁଛ ୬୬୭୮ ରନ କରିଛନ୍ତି ।ଏଥିରେ ୮ ଶତକ ଓ ୨୮ ଅର୍ଦ୍ଧଶତକ ସାମିଲ । ବୋଲିଂରେ ସେ ୩୬୬ ୱିକେଟ୍ ଅକ୍ତିକାର କରିଛନ୍ତି । ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଗୁଏନାରେ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ସେମି ଫାଇନାଲ୍ ମ୍ୟାଚ୍ ଥିଲା । ସେମିରେ ଭାରତଠୁ ହାରି ଟି-୨୦ ବିଶ୍ୱକପରୁ ଇଂଲଣ୍ଡ ବିଦାୟ ନେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+