ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମିତାଲି ରାଜ

କ୍ରିକେଟ ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜ । ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଗୋଟିଏ ଯୁଗର ଅନ୍ତ ଘଟିଛି।

ନୂଆଦିଲ୍ଲୀ: କ୍ରିକେଟ ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜ । ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଗୋଟିଏ ଯୁଗର ଅନ୍ତ ଘଟିଛି। ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ ରହିଛି। ସେ ଭାରତ ପାଇଁ ୨୩୨ଟି ମ୍ୟାଚ୍‌ ଖେଳି ୫୦.୬୮ ହାରରେ ୭୮୦୫ ରନ୍ କରିଛନ୍ତି।

Mithali Raj

ତାଙ୍କରି ନେତୃତ୍ବରେ ଭାରତୀୟ ମହିଳା ଦଳ ଶେଷ ଥର ବିଶ୍ବକପ୍‌ ଖେଳିଥିଲା । ତେବେ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିବାରେ ଭାରତୀୟ ଦଳ ଫେଲ୍‌ ମାରିଥିଲା । ଏଯାଏ ତାଙ୍କୁ ରେକର୍ଡକୁ ବିଶ୍ୱର କୌଣସି ମହିଳା କ୍ରିକେଟର ଅତିକ୍ରମ କରି ପାରି ନାହାନ୍ତି। ନିକଟରେ ନ୍ୟୁଜିଲ୍ୟାଣ୍ଡରେ ଖେଳା ଯାଉଥିବା ଦିନିକିଆ ମହିଳା ବିଶ୍ୱକପରେ ମିତାଲି ରାଜ ଭାରତର କମାଣ ସମ୍ଭାଳିଥିଲେ।

୧୯୯୯ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ ଡେବ୍ୟୁ କରିଥିଲେ ମିତାଲି । ଦିନିଆ ଫର୍ମାଟ୍‌ରେ ବିଶ୍ବରେ ସର୍ବାଧିକ ରନ୍‌ ସ୍କୋର୍‌ କରିଛନ୍ତି ମିତାଲି । ସେ ମୋଟ ୧୮୯ ଦିନିକିଆ ଇନିଂସ ଖେଳି ୬୮୮୮ ରନ୍‌ ସ୍କୋର୍‌ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ସେ ସର୍ବାଧିକ ୧୨୫ ରନ୍‌ କରିଥିଲେ । ଦିନିକିଆ କ୍ୟାରିଅରରେ ସେ 50.64 ହାରରେ ରନ୍‌ ସଂଗ୍ରହ କରିଛନ୍ତି । ସେହିଭଳି ସେ ୧୦ ଟି ଟେଷ୍ଟ୍‌ ମ୍ୟାଚ୍‌ର ୧୬ଟି ଇନିଂସରେ ୬୬୩ ରନ୍‌ ସଂଗ୍ରହ କରିଛନ୍ତି । ସେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୨୧୪ ରନ୍‌ କରିଛନ୍ତି ।

ଆଜି ସେ ଟ୍ୱିଟ କରି ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, "ଦୀର୍ଘ ବର୍ଷ ହେଲା ଆପଣମାନଙ୍କ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ। ମୁଁ ଆପଣମାନଙ୍କ ସମର୍ଥନ ଓ ଆର୍ଶୀବାଦ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି।" ସେ ସ୍ୱତନ୍ତ୍ର ଭାବେ ବିସିସିଆଇ ଓ ସମ୍ପାଦକ ଜୟ ଶାହଙ୍କୁ ଧନ୍ୟବାଦ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+