ସବୁ ରେକର୍ଡ ଭଙ୍ଗିଲେ ଷ୍ଟାର୍କ. ୨୪.୭୫କୋଟିରେ ହେଲେ ବିକ୍ରି
ଦୁବାଇ:ଦୁବାଇରେ ଚାଲିଛି ଆଇପିଏଲ ୨୦୨୪ ପାଇଁ ମିନି ଅକ୍ସନ । ପ୍ରଥମ ଦୁଇ ସେଟ୍ ନିଲାମୀ ପରେ ଅନେକ ରେକର୍ଡ ସୃଷ୍ଟି ହୋଇଛି । ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ।

୨୪ କୋଟି ୭୫ଲକ୍ଷରେ କିଣା ହେଲେ ଏହି ଖେଳାଳି । ମିଚେଲଙ୍କୁ ନେବା ପାଇଁ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ବିଡ୍ କରିଥିଲା । ଏବଂ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଏଣ୍ଟ୍ରି ମାରିଥିଲା । ପ୍ରବେଶ କଲା । ଉଭୟ ଟିମ୍ ମିଚେଲଙ୍କ ପାଇଁ ମୂଳ ମୂଲ୍ୟ ବିଡ୍ କୁ ୨ କୋଟି ଟଙ୍କା ବୃଦ୍ଧି କରି ୯.୬୦ କୋଟିରେ ପହଁଞ୍ଚାଇଥିଲେ । ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜୁରାଟ ଟାଇଟାନ୍ସ ଶେଷରେ ଏହି ବିଡ୍ କୁ ବୃଦ୍ଧି କରି ୧୦ କୋଟିରୁ ଅଧିକ ଟଙ୍କାକୁ ନେଇଥିଲେ ।
ଆଉ କିଛି ସମୟ ମଧ୍ୟରେ ଏହା ୨୦ କୋଟି ଏବଂ ପରେ ୨୧ କୋଟିରେ ପହଁଞ୍ଚିଥିଲା । ଆଉ ପରେ ଏହା ୨୪ କୋଟିରେ ପହଁଞ୍ଚିଥିଲା । ବର୍ତ୍ତମାନ ଷ୍ଟାର୍କ ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇ ଯାଇଛନ୍ତି । ଆଉ ଷ୍ଟାର୍କଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪ କୋଟି ୭୫ ଲକ୍ଷରେ କିଣିଛି ।












Click it and Unblock the Notifications