ବିବାହ ବିଚ୍ଛେଦ ମଧ୍ୟରେ ଶୋଏବ-ସାନିଆଙ୍କ ବଡ ଘୋଷଣା
ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ କ୍ରୀଡ଼ା ଜଗତର ବେଶ୍ ପରିଚିତ ଦମ୍ପତି । ନିକଟରେ ଖବର ଦୁହିଙ୍କ ବିବାହ ବିଚ୍ଛେଦର ଖବର ଚର୍ଚ୍ଚାରେ ରହିଛି ।
Sania-Shoaib's divorce: ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ କ୍ରୀଡ଼ା ଜଗତର ବେଶ୍ ପରିଚିତ ଦମ୍ପତି । ନିକଟରେ ଖବର ଦୁହିଙ୍କ ବିବାହ ବିଚ୍ଛେଦର ଖବର ଚର୍ଚ୍ଚାରେ ରହିଛି । ସେମାନଙ୍କ ଛାଡପତ୍ର ଖବର ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ବର୍ତ୍ତମାନ ଏପରି ସୂଚନା ବାହାରକୁ ଆସୁଛି ଯେ, ସେମାନଙ୍କର ନୂତନ ସୋ 'ଦି ମିର୍ଜା ମଲିକ୍ ସୋ' ରିଲିଜ୍ ହେବ । 'ମିର୍ଜା ମଲିକ୍ ଶୋ'ର ପୋଷ୍ଟର ଉର୍ଦ୍ଦୁ ଫ୍ଲିକ୍ସ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଏହି ପୋଷ୍ଟରରେ ସାନିଆ ଏବଂ ଶୋଏବ ଏକାଠି ନଜର ଆସିଛନ୍ତି । ପୋଷ୍ଟର କ୍ୟାପସନରେ ଏହା ଲେଖାଯାଇଛି- 'ମିର୍ଜା ମଲିକ୍ ଶୋ' ଖୁବ୍ ଶୀଘ୍ର ଉର୍ଦ୍ଦୁଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି। ମାର୍ଚ୍ଚ 2022 ରେ ଶୋଏବ 'ଦ ମିର୍ଜା ମଲିକ ସୋ' ଘୋଷଣା କରିଥିଲେ। ଉର୍ଦ୍ଦୁ ଫ୍ଲିକ୍ସକୁ ଟ୍ୟାଗ୍ କରି ସେ କହିଛନ୍ତି ଯେ ସେ ଏବଂ ସାନିଆ ମିର୍ଜା ଉର୍ଦ୍ଦୁ ଫ୍ଲିକ୍ସରେ 'ଦ ମିର୍ଜା ମଲିକ୍ ସୋ' ଆଣୁଛନ୍ତି।
ବର୍ତ୍ତମାନ ତାଙ୍କର ନୂତନ ଶୋ'ର ଖବର ସହିତ ଯେଉଁଠାରେ କିଛି ଲୋକ ମନ୍ତବ୍ୟ ବିଭାଗରେ ନିଜର ଖୁସି ବ୍ୟକ୍ତ କରୁଛନ୍ତି । ଏଥି ସହିତ, କେହି କେହି ସେମାନଙ୍କ ଛାଡପତ୍ରର ଗୁଜବକୁ ଏକ ପ୍ରଚାର ପ୍ରସାର ବୋଲି କହିଛନ୍ତି। କହିରଖୁ କି, ଶୋଏବ ଏବଂ ସାନିଆ ଏପ୍ରିଲ୍ 2010 ରେ ପରସ୍ପରର ହାତ ଧରିଥିଲେ |












Click it and Unblock the Notifications