Commonwealth Game 2022: ଭାରୋତ୍ତୋଳନରେ ସ୍ବର୍ଣ୍ଣ ଜିତିଲେ ମୀରାବାଇ ଚାନୁ
କମନୱେଲଥ ଗେମରେ ଭାରତ ଜିତୁଛି ଗୋଟିଏ ପରେ ଗୋଟିଏ ପଦକ। ରୌପ୍ୟ ଏବଂ କାଂସ୍ୟ ପରେ ବର୍ତ୍ତମାନ ମହିଳା 49 କିଲୋଗ୍ରାମ ଫାଇନାଲରେ ମୀରାବାଇ ଚାନୁ ସ୍ୱର୍ଣ୍ଣ ଜିତିଛନ୍ତି।
ବର୍ମିଂହାମ: କମନୱେଲଥ ଗେମରେ ଭାରତ ଜିତୁଛି ଗୋଟିଏ ପରେ ଗୋଟିଏ ପଦକ। ରୌପ୍ୟ ଏବଂ କାଂସ୍ୟ ପରେ ବର୍ତ୍ତମାନ ମହିଳା 49 କିଲୋଗ୍ରାମ ଫାଇନାଲରେ ମୀରାବାଇ ଚାନୁ ସ୍ୱର୍ଣ୍ଣ ଜିତିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡାର 2022 ସଂସ୍କରଣରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ । ମୋଟ 201 କେଜି ଉଠାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତା ବା କମନୱେଲ୍ଥ ଗେମ୍ସରେ ଭାରତର ମେଡାଲ ତାଲିକାରେ ତୃତୀୟ ମେଡାଲ ଯୋଡିଛନ୍ତି ଚାନୁ । ସେ 88 କେଜି ଓଜନ ଉଠାଇ ନିଜର ପୂର୍ବ ରେକର୍ଡ ଭାଙ୍ଗିଛନ୍ତି । ପୂର୍ବରୁ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ 87 କେଜି ଥିଲା ।

ଉଭୟ ସ୍ନାଚ ଓ କ୍ଲିନ ଆଣ୍ଡ ଜର୍କରେ ଚାନୁ ମୋଟ 201 କେଜି ଓଜନ ଉଠାଇ ରେକର୍ଡ କରିବା ସହ ସ୍ବର୍ଣ୍ଣ ଜିତିଛନ୍ତି । 27 ବର୍ଷୀୟା ଚାନୁ 2018ରେ 48 କିଲୋଗ୍ରାମ ୱେଟଲିଫ୍ଟ ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକର ହକଦାର ହୋଇ ପାରିଥିଲେ। ସେ 2014ରେ ରୌପ୍ୟ ଏବଂ 2018ରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ । 2022ରେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ସାରା ଦେଶକୁ ଗର୍ବିତ କରିଥିଲେ।
ଭାରୋତ୍ତଳନ ପ୍ରତିଯୋଗିତାରେ ଭାରତକୁ ପ୍ରଥମେ ସଙ୍କେତ ରୌପ୍ୟ ଆଣି ଦେଇଥିଲେ । ଏହାପରେ କାଂସ୍ୟ ହାସଲ କଲେ ଗୁରୁରାଜା ପୂଜାରୀ । ପୁରୁଷ 61 କେଜି ବର୍ଗ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ହାସଲ କରିଛନ୍ତି ଗୁରୁରାଜା । ସେ 269 କେଜି ଓଜନ ଉଠାଇ ଏହି ସଫଳତା ହାସଲ କରିଛନ୍ତି। ତେବେ ଭାରତକୁ ବର୍ତ୍ତମାନ ସୁଦ୍ଧା ତିନୋଟି ପଦକ ମିଳି ସାରିଛି ।












Click it and Unblock the Notifications