MI vs RCB: ଉଦଘାଟନୀ ମ୍ୟାଚରେ ପରାଜୟ ଧାର ଭାଙ୍ଗି ପାରିବ କି ମୁମ୍ବାଇ ?
ମୁମ୍ବାଇ ଇଣ୍ଡିଆନ୍ସ ଗତ 8 ବର୍ଷ ଧରି ଚାଲିଥିବା ପ୍ରଥମ ମ୍ୟାଚ୍ରେ ପରାଜୟ ରେକର୍ଡକୁ ଭାଙ୍ଗିବାକୁ ଚେଷ୍ଟା କରିବ ।
IPL 2021, MI vs RCB: ଦୁନିଆର ସବୁଠାରୁ ପ୍ରସିଦ୍ଧ କ୍ରିକେଟ୍ ଲିଗ୍ ଆଇପିଏଲର 14 ତମ ସିଜନ୍ ଆରମ୍ଭ ହୋଇଯାଇଛି । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାବ ଚଳିତ ସିଜିନର ପ୍ରଥମ ମ୍ୟାଚ । ଆଜି ମ୍ୟାଚରେ 5 ଥର ଟାଇଟଲ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ କୁ ଭେଟିବ ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ବିରାଟ କୋହଲିଙ୍କ ଦଳ ଏହି ମ୍ୟାଚ୍ରେ ଜିତିବାକୁ ଏବଂ ସକରାତ୍ମକ ଅଭିଯାନ ଆରମ୍ଭ କରିବାକୁ ଚାହୁଁଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଗତ 8 ବର୍ଷ ଧରି ଚାଲିଥିବା ପ୍ରଥମ ମ୍ୟାଚ୍ରେ ପରାଜୟ ରେକର୍ଡକୁ ଭାଙ୍ଗିବାକୁ ଚେଷ୍ଟା କରିବ । ଯଦି ଆମେ ଦୁଇ ଦଳ କଥା କହିବା, ତେବେ ମୁମ୍ବାଇ ଇଣ୍ଡିଆନ୍ସର ପଲ୍ଲା ଅଧିକ ଭାରି ରହିଛି । କିନ୍ତୁ ଆରସିବି ଦଳ ମଧ୍ୟ ଏହି ସିଜନରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇଛି ।

ଆଇପିଏଲ୍ ଇତିହାସରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ 27 ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 10 ଥର ଜିତିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ 17 ଥର ମ୍ୟାଚ ଜିତିଛି। ଗତ ଋତୁରେ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ମ୍ୟାଚରୁ ଗୋଟିଏ ମ୍ୟାଚ୍ ଜିତିଥିବାବେଳେ ଆରସିବି ଦଳ ଗୋଟିଏ ମ୍ୟାଚରେ ସୁପର ଓଭରରେ ଜିତିଥିଲା।












Click it and Unblock the Notifications