MI vs RCB: ବିଜୟରୁ ଆଇପିଏଲ ଅଭିଯାନ ଆରମ୍ଭ କଲା ଆରସିବି
ବିଜୟରୁ ଆଇପିଏଲ ଅଭିଯାନ ଆରମ୍ଭ କଲା ଆରସିବି । ରୋମାଞ୍ଚ ଭରା ପ୍ରଥମ ମ୍ୟାଚ ଉପରେ କବଜା କଲା ବିରାଟ ସେନା ।
Royal Challengers Bangalore won by 2 wickets: ବିଜୟରୁ ଆଇପିଏଲ ଅଭିଯାନ ଆରମ୍ଭ କଲା ଆରସିବି । ରୋମାଞ୍ଚ ଭରା ପ୍ରଥମ ମ୍ୟାଚ ଉପରେ କବଜା କଲା ବିରାଟ ସେନା । ଶେଷ ବଲରେ ଏକ ରନ କରି ବାଙ୍ଗଲୋରକୁ ବିଜୟ ଦେଲେ ଆଜି ମ୍ୟାଚର ହିରୋ ହର୍ସଲ ପଟେଲ । 2 ୱିକେଟରେ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କଲା ଆରସିବି । ସେପଟେ 2013କୁ ପ୍ରଥମ ମ୍ୟାଚରେ ପରାଜୟ ଧାର ଭାଙ୍ଗି ପାରିଲା ନାହିଁ ରୋହିତ ପଲଟନ ।

ଟସ୍ ଜିତି ପ୍ରଥମେ ଆରସିବି, ମୁମ୍ବାଇକୁ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୯ ରନ୍ କରିଥିଲା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଜବାବରେ 8 ୱିକେଟ ହରାଇ ଶେଷ ବଲରେ ମ୍ୟାଚ ଜିତିଲା ବାଙ୍ଗାଲୋର । ସେପଟେ ବିରାଟ କୋହଲି ୬୦୦୦ ରନ୍ ପୂରଣ କରି ପ୍ରଥମ ଅଧିନାୟକ ଭାବେ ଆଇପିଏଲରେ ନିଜ ନାଁରେ ରେକର୍ଡ କରିଛନ୍ତି ।
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କ ମ୍ୟାଚରେ ବ୍ୟାଟ ଚାଲି ନଥିଲା । 15 ବଲରୁ ମାତ୍ର 19 ରନ ସଂଗ୍ରହ କରିପାରିଥିଲେ ରୋହିତ । ଅନ୍ୟପଟେ ଚଳିତ ସିଜିନର ମୁମ୍ବାଇ ପାଇଁ ଡେବ୍ୟୁ କରିଥିବା କ୍ରିସ ଲିନ ( 35 ବଲର 49ରନ) ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ପରେ ସୂର୍ଯ୍ୟକୁମାର ଯାଦବ 31ରନ ଇଶାନ କିଷନ 28ରନ ସଂଗ୍ରହ କରିପାରିଥିଲେ । ବୋଲିଂରେ ବାଙ୍ଗାଲୋର ପକ୍ଷରୁ 5 ୱିକେଟ ହଲ ନେଇ ରେକର୍ଡ ରଚିଥିଲେ ହର୍ସଲ ପଟେଲ ।
ତେବେ 160ରନ ବିଜୟ ଲକ୍ଷ୍ୟକୁ ପିଛା କରି ଆରସିବି ପାଇଁ ଓପନ କରିବାକୁ ଆସିଥିଲେ କ୍ୟାପଟେନ କୋହଲି (33) ଓ ୱାସିଂଟନ ସୁନ୍ଦର (10) । ଦୁହେଁ ଦଳକୁ ଭଲ ଆରମ୍ଭ ହେଇଥିଲେ । ପରେ ମଧ୍ୟକ୍ରମରେ ଗ୍ଲେନ ମ୍ୟାକ୍ସୱେଲ (39) ଏବି ଡିଭିଲିୟର୍ସ ( 48) ଦଳୀୟ ପାଳିକୁ ଆଗାକୁ ନେଇଥିଲେ । ତେବେ ଶେଷ ବଲରେ ଏକ ରନ ସଂଗ୍ରହ କରି ବାଙ୍ଗଲୋରକୁ ଉଦଘାନୀ ମ୍ୟାଚପେ ବିଜୟ କରାଇଛନ୍ତି ହର୍ସଲ ପଟେଲ ।












Click it and Unblock the Notifications