MI vs RCB: ଟସ୍ ଜିତିଲେ ବିରାଟ, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ
ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ବାଙ୍ଗଲୋର ଅଧିନାୟକ ବିରାଟ କୋହଲି । ଫଳରେ ପ୍ରଥମ ବ୍ୟାଟିଂ କରିବ ରୋହିତଙ୍କ ମୁମ୍ବାଇ ପଲଟନ ।
RCB have won the toss and have opted to field: ଦୁନିଆର ସବୁଠାରୁ ପ୍ରସିଦ୍ଧ କ୍ରିକେଟ୍ ଲିଗ୍ ଆଇପିଏଲର 14 ତମ ସିଜନ୍ ଆରମ୍ଭ ହୋଇଯାଇଛି । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି ଚଳିତ ସିଜିନର ପ୍ରଥମ ମ୍ୟାଚ । ଆଜି ମ୍ୟାଚରେ 5 ଥର ଟାଇଟଲ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ କୁ ଭେଟୁଛି ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ତେବେ ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ବାଙ୍ଗଲୋର ଅଧିନାୟକ ବିରାଟ କୋହଲି । ଫଳରେ ପ୍ରଥମ ବ୍ୟାଟିଂ କରିବ ରୋହିତଙ୍କ ମୁମ୍ବାଇ ପଲଟନ ।

ତେବେ ଚଳିତ ସିଜିନର ପ୍ରଥମ ମ୍ୟାଚରେ ଆରସିବି ଦଳୀୟ ଏକାଦଶରେରେ 4 ନୂଆ ମୁଁହ ଦେଖାଯାଇଛି । ଆରସିବି ପାଇଁ ଡେବ୍ୟୁ କରିଛନ୍ତି ମ୍ୟାକ୍ସୱେଲ, ଜାମିସନ, ଖ୍ରୀଷ୍ଟିଆନ ଓ ପାଟିଦାର । ସେହିପରି ମୁମ୍ବାଇ ପାଇଁ ଡେବ୍ୟୁ କରିଛନ୍ତି କ୍ରିସ ଲିନ ।
ଆଇପିଏଲ୍ ଇତିହାସରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ 27 ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 10 ଥର ଜିତିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ 17 ଥର ମ୍ୟାଚ ଜିତିଛି। ଗତ ଋତୁରେ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ମ୍ୟାଚରୁ ଗୋଟିଏ ମ୍ୟାଚ୍ ଜିତିଥିବାବେଳେ ଆରସିବି ଦଳ ଗୋଟିଏ ମ୍ୟାଚରେ ସୁପର ଓଭରରେ ଜିତିଥିଲା।
- ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କ୍ରିସ ଲିନ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ରାହୁଲ ଚହର, ମାର୍କୋ ଜାନସେନ୍, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରା ।
- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକାଦଶ: ବିରାଟ କୋହଲି (ଅଧିନାୟକ), ରଜତ ପାଟିଦାର, ଏବି ଡି ଭିଲିୟର୍ସ (ୱିକେଟକିପର), ଗ୍ଲେନ୍ ମ୍ୟାକ୍ସୱେଲ, ଡାନିଏଲ୍ ଖ୍ରୀଷ୍ଟିଆନ, ୱାଶିଂଟନ୍ ସୁନ୍ଦର, କାଇଲ୍ ଜାମିସନ୍, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଶାହାବାଜ ଅହମ୍ମଦ, ୟୁଜଭେନ୍ଦ୍ର ଚହଲ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications