Get Updates
Get notified of breaking news, exclusive insights, and must-see stories!

MI vs PBKS: ହ୍ୟାଟ୍ରିକ ହାରରୁ ବଞ୍ଜିବା ପାଇଁ ମୁମ୍ବାଇ ଆଗରେ 136 ରନ୍ ବିଜୟ ଲକ୍ଷ୍ୟ

ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଞ୍ଜାବ 6 ଟି ୱିକେଟ୍ ହରାଇ ମୁମ୍ବାଇ ସମ୍ମୁଖରେ 135 ରନ୍ ସଂଗ୍ରହ କରିଛି ।

ଆବୁଧାବି: ଆଇପିଏଲ 2021 ର 42 ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଏକ ଭଲ ବୋଲିଂ ପ୍ରଦର୍ଶନ କରିଛି । ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଞ୍ଜାବ 6 ଟି ୱିକେଟ୍ ହରାଇ ମୁମ୍ବାଇ ସମ୍ମୁଖରେ 135 ରନ୍ ସଂଗ୍ରହ କରିଛି ।

 MI vs PBKS

ଓପନର୍ କେ.ଏଲ୍ ରାହୁଲ 22 ବଲରେ 21 ରନ୍ ସଂଗ୍ରହ କରିଥିଲେ। 14 ଟି ବଲରେ ମନଦୀପ ସିଂ 15 ରନ୍ ସଂଗ୍ରହ କରିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ 36 ରନ୍ ଭାଗିଦାରୀ ବାଣ୍ଟିଥିଲେ। ଷଷ୍ଠ ଓଭରର ଦ୍ୱିତୀୟ ବଲରେ ମନଦୀପଙ୍କୁ କ୍ରୁନାଲ ପାଣ୍ଡ୍ୟା ଆଉଟ୍ କରି ମୁମ୍ବାଇକୁ ପ୍ରଥମ ସଫଳତା ଦେଇଥିଲେ। ତା'ପରେ ଷଷ୍ଠ ଓଭରରେ କିରୋନ ପୋଲାର୍ଡ ରାହୁଲଙ୍କୁ ବୁମରାଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ।

କ୍ରିସ୍ ଗେଲ୍ ପୁନର୍ବାର ବିଫଳ ହୋଇ 1 ରନ୍ ସ୍କୋର କରି ସମାନ ଓଭରରେ ପୋଲାର୍ଡଙ୍କ ଶିକାର ହୋଇଥିଲେ। ଅଷ୍ଟମ ଓଭରର ତୃତୀୟ ବଲରେ ଦୁଇ ରନ୍ ସ୍କୋର କରିବା ପରେ ନିକୋଲାସ୍ ପୁରାନ୍ ବୁମରାଙ୍କ ଶିକାର ହୋଇଥିଲେ। ଚତୁର୍ଥ ନମ୍ବରରେ ଆସିଥିବା ଇଡେନ ମାର୍କ୍ରାମ 29 ଟି ବଲରେ 42 ରନର ଇନିଂସ ଖେଳି ଦଳର ସ୍କୋରକୁ 100 ପାର କରାଇଥିଲେ । ତାଙ୍କୁ ଦୀପକ ହୁଡାଙ୍କ ସମର୍ଥନ ମିଳିଥିଲା। ମାତ୍ର 16 ତମ ଓଭରର ଦ୍ୱିତୀୟ ବଲରେ ସେ ରାହୁଲ ଚହରଙ୍କ ଦ୍ୱାରା ଆଉଟ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+