ପୁରୁଷ ଜୁନିୟର ହକି ବିଶ୍ୱକପ: ପାକିସ୍ତାନକୁ ହରାଇ ଅଭିଯାନ ଆରମ୍ଭ କଲା ଜର୍ମାନୀ

ପୁରୁଷ ଜୁନିୟର ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ୫-୨ଗୋଲରେ ହରାଇଲା ଜର୍ମାନୀ। ଏହି ବିଜୟରେ ଜର୍ମାନୀ କୁ ୩ପଏଣ୍ଟ ମିଳିଥିବା ବେଳେ ପାକିସ୍ତାନ କୁ ଶୂନ୍ୟ ପଏଣ୍ଟ ମିଳିଛି।

ଭୁବନେଶ୍ୱର: ପୁରୁଷ ଜୁନିୟର ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ୫-୨ଗୋଲରେ ହରାଇଲା ଜର୍ମାନୀ। ଏହି ବିଜୟରେ ଜର୍ମାନୀ କୁ ୩ପଏଣ୍ଟ ମିଳିଥିବା ବେଳେ ପାକିସ୍ତାନ କୁ ଶୂନ୍ୟ ପଏଣ୍ଟ ମିଳିଛି। ଏହି ମ୍ୟାଚରେ ହକି ଅଲିମ୍ପିଆନ ଲାଜରୁସ ବାର୍ଲା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ଓ ରେଫ୍ରୀମାନଙ୍କ ସହ ପରିଚିତ ହୋଇ ମ୍ୟାଚ ଶୁଭାରମ୍ଭ କରିଥିଲେ।

Hockey World Cup

ମ୍ୟାଚର ପ୍ରଥମ ମିନିଟରେ ଗୋଲ ସ୍କୋର କରିଥିଲା ଜର୍ମାନୀ। ଦଳ ପକ୍ଷରୁ ଷ୍ଟ୍ରାଇକର ସ୍ମିଥ ପଲ ପ୍ରଥମ ଗୋଲ କରିଥିଲେ। ପରେ ଡୁକସ୍ଚେର ରୋବର୍ଟ ମ୍ୟାଚର 14ତମ ମିନିଟରେ ଗୋଲ ଦେଇ ଜର୍ମାନୀକୁ ପ୍ରଥମ କ୍ୱାର୍ଟରରେ ଆଗରେ ରଖିଥିଲେ । ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଜର୍ମାନୀ 2-0 ପାକିସ୍ତାନ ସ୍କୋର ଥିଲା ।

ଦ୍ବିତୀୟ କ୍ୱାର୍ଟର ଖେଳ ଆମ୍ଭ ହେଉ ହେଉ ପାକିସ୍ତାନ ଜର୍ମାନୀର ଗୋଲ ପୋଷ୍ଟ ଉପରେ ଆଟାକ କରି ଗୋଲ ଦେଇଥିଲା । ମ୍ୟାଚର 18 ତମ ମିନିଟରେ ପାକିସ୍ତାନ ପକ୍ଷରୁ ଶାହିଦ୍ ଅବଦୁଲ ଗୋଲ ସ୍କୋର କରିଥିଲେ । ଏହାର ଠିକ୍ ପରବର୍ତ୍ତି ମୁହୁର୍ତ୍ତରେ ଅର୍ଥାତ୍ 19ତମ ମିନିଟରେ ଗୋଲ ସ୍କୋର କରିଥିଲା ଜର୍ମାନୀ । ତେବେ 3ୟ କ୍ୱାର୍ଟରରେ ସ୍କୋର ଥିଲା 4-1 । ପରେ ଶେଷ ତଥା 4ର୍ଥ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଗୋଟିଏ ଗୋଲ କରିଥିଲେ ହେଁ, ଜର୍ମାନୀ ଖାତାରେ 5ଟି ଗୋଲ ହୋଇ ସାରିଥିଲା ଏବଂ ଏହି ମ୍ୟାଚକୁ ଜର୍ମାନୀ 5-2 ଗୋଲରେ ହାତେଇ ନେଇଥିଲା ।

ସୂଚନାଥାଉ କି, ଜର୍ମାନୀ ତାର ପରବର୍ତ୍ତୀ ମ୍ୟାଚ ଆସନ୍ତା 26 ତାରିଖ ରେ ଆର୍ଜେଣ୍ଟିନାକୁ ସାମ୍ନା କରିବାକୁ ଥିବା ବେଳେ ପାକିସ୍ତାନ ଆସନ୍ତା 27 ତାରିଖରେ ଇଜିପ୍ଟ କୁ ଭେଟିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+