ପୁରୁଷ ଜୁନିୟର ହକି ବିଶ୍ୱକପ: ଭାରତୀୟ ଦଳରେ ୩ ଓଡିଆ

ଜୁନିୟର ବିଶ୍ୱକପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା । ୧୮ ଜଣିଆ ଦଳ ଘୋଷଣା କରିଛି ଦଳ ହକି ଇଣ୍ଡିଆ । ଆଉ ଏହି ଦଳରେ ୩ ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି ।

ଭୁବନେଶ୍ୱର: ଜୁନିୟର ବିଶ୍ୱକପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା । ୧୮ ଜଣିଆ ଦଳ ଘୋଷଣା କରିଛି ଦଳ ହକି ଇଣ୍ଡିଆ । ଆଉ ଏହି ଦଳରେ ୩ ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ବିବେକ୍ ସାଗର ପ୍ରସାଦଙ୍କ ନେତୃତ୍ୱାଧୀନ ଏହି ଟିମରେ ସୁନିଲ ଜୋଜୋ, ସୁଦୀପ ଚିରିମାକୋ, ଅଭିଷେକ ଲାକ୍ରା ସ୍ଥାନ ପାଇଛନ୍ତି । ସୂଚନାଥାଉ କି, କଳିଙ୍ଗ ଷ୍ଟାଡିୟମରେ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ହକି ବିଶ୍ୱକପ୍।

Hockey World Cup

ଟିମ୍ ଚୟନ ନେଇ ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି, କୌସସି ବଡ଼ କ୍ରୀଡ଼ା ଟୁର୍ଣ୍ଣାମେଣ୍ଟ ପାଇଁ ଦେଶର ଶ୍ରେଷ୍ଠ ୧୮ ଜଣ ଖେଳାଳିଙ୍କୁ ଚୟନ କରିବା ସବୁଠାରୁ କଷ୍ଟକର କାମ। ଟିମରେ ଚୟନ ହୋଇଥିବା ସବୁ ଖେଳାଳି ଗତ ୧୨ରୁ ୧୮ ମାସ ଭିତରେ ଖୁବ୍ ପରିଶ୍ରମ କରିଛନ୍ତି। ଆମେ ମୋଟ ୨୦ ଜଣ ଖେଳାଳିଙ୍କୁ ଚୟନ କରିଛୁ। ସେଥିମଧ୍ୟରୁ ଚୂଡ଼ାନ୍ତ ସ୍କ୍ୱାଡରେ ୧୮ ଜଣ ଏବଂ ୨ ଜଣ ଅତିରିକ୍ତ ଖେଳାଳିଙ୍କୁ ସାମିଲ୍ କରିଛୁ। ଚୟନ ହୋଇଥିବା ଖେଳାଳି ଭଲ ପ୍ରଦର୍ଶନ କରି ଟାଇଟଲ୍ ଡିଫେଣ୍ଡ କରିପାରିବେ ବୋଲି ରିଡ୍ କହିଛନ୍ତି।

ଓଡିଶାରେ ହେବ ଜୁନିୟର ହକି ମହାକୁମ୍ଭ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜୁନିଅର ହକି ବିଶ୍ୱକପ୍ ୨୪ ତାରିଖରେ ଆରମ୍ଭ ହେବ । ଏଥିରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ହକି ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛି । ୧୫ ତାରିଖରେ ଅନ୍ୟଟିମ୍ ଆସିବେ ଭୁବନେଶ୍ୱର । ବାୟୋ ବବଲ ପ୍ରକ୍ରିୟାରେ ହେବ ବିଶ୍ୱକପ । କୋଭିଡ କଟକଣାରେ ହେବ ଏହି ଟୁର୍ଣ୍ଣାମେଣ୍ଟ । ଏଥିରେ ସାମିଲ ହୋଇପାରିବେନି ଦର୍ଶକ । ଖେଳାଳୀ ଓ ଷ୍ଟାଫଙ୍କ ପ୍ରତିଦିନ ହେବ ଆରଟିପିସିଆର ଟେଷ୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+