ୱାଙ୍ଖେଡ଼େ ଷ୍ଟାଡିୟମ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସରେ ପାଇଲା ସ୍ଥାନ

ୱାଙ୍ଖେଡ଼େ ଷ୍ଟାଡିୟମ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛି। ଗୁରୁବାର ମୁମ୍ବଇ କ୍ରିକେଟ ଆସୋସିଏସନ (ଏମ୍‌ସିଏ) ପକ୍ଷରୁ ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ୧୪ ହଜାର ୫୦୫ଟି ନାଲି ଓ ଧଳା କ୍ରିକେଟ ବଲ୍‌ ପ୍ରଦର୍ଶିତ କରାଯାଇଛି । ୱାଙ୍ଖେଡ଼େ ଷ୍ଟାଡିୟମ୍‌ର ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଆୟୋଜନର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ବଲ୍‌ ପ୍ରଦର୍ଶିତ କରାଯାଇଛି ।

ୱାଙ୍ଖେଡ଼େ ଷ୍ଟାଡିୟମ୍‌ ଏକାଧିକ ଭାରତୀୟ କିମ୍ବଦନ୍ତୀ କ୍ରିକେଟରଙ୍କ ଘରୋଇ ପଡ଼ିଆ। ଉକ୍ତ ଷ୍ଟାଡିୟମ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ୨୦୧୧ ଦିନିକିଆ କ୍ରିକେଟ ବିଶ୍ବକପ ଜିତିଥିଲା । ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ପ୍ରଥମ ଟେଷ୍ଟ ମ୍ୟାଚକୁ ୫୦ ବର୍ଷ ପୂରଣ ଅବସରରେ ଏହି ବଲ ପ୍ରଦର୍ଶିତ କରାଯାଇଛି । ସ୍ବର୍ଗତ ଏକନାଥ ସୋଲ୍‌କାରଙ୍କ ସମେତ ଅନ୍ୟ କିମ୍ବଦନ୍ତୀ କ୍ରିକେଟରଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।

Wankhede

ଏମ୍‌ସିଏ ପକ୍ଷରୁ ମୁମ୍ବଇର ବିଭିନ୍ନ କ୍ଲବ, ବିଦ୍ୟାଳୟ, କ୍ରିକେଟ ଏକାଡେମୀରୁ ଉକ୍ତ ବଲକୁ ସଂଗ୍ରହ କରାଯାଇ ଷ୍ଟାଡିୟମ୍‌ ପଡ଼ିଆରେ ପ୍ରଦର୍ଶିତ କରାଯାଇଛି ବୋଲି ଏମ୍‌ସିଏ ସଭାପତି ଆଜିଙ୍କ୍ୟ ନାଏକ କହିଛନ୍ତି। ସୂଚନାଯୋଗ୍ୟ, ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ୧୯୭୫ ଜାନୁଆରୀ ୨୩ରୁ ୨୯ ପର୍ଯ୍ୟନ୍ତ ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟମ୍ୟାଚ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଦଳ ମଧ୍ୟ‌ରେ‌ର ଖେଳା ଯାଇଥିଲା। ଉକ୍ତ ଟେଷ୍ଟମ୍ୟାଚ୍‌ରେ ଏକନାଥ ସୋଲ୍‌କାର ଭାରତ ପାଇଁ ଶତକ ହାସଲ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+