ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହେଲା ମ୍ୟାଚ୍ ସୂଚୀ; କେଉଁ ଦିନ କାହାର ମ୍ୟାଚ ? ଭାରତ ବନାମ ପାକିସ୍ତାନ କେବେ ?
ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ରକାଶ କରିଛି। ଏହିସହିତ ବହୁ ପ୍ରତିକ୍ଷିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ କେଉଁଦିନ ମ୍ୟାଚ୍ ଖେଳାଯିବ ତାହା ମଧ୍ୟ ସାମ୍ନାକୁ ଆସିଛି । ଚାମ୍ପିୟନ୍ସ ଟ୍ରଫି ୨୦୨୫ର ମ୍ୟାଚ ସୂଚୀ ବା ଭେନ୍ୟୁ ଘୋଷଣା କରିଛି। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଥିଲେ ହେଁ ଭାରତ ସେଠାକୁ ଯିବ ନାହିଁ।
ଭାରତର ମ୍ୟାଚ୍ଗୁଡ଼ିକ ଦୁବାଇରେ ଖେଳାଯିବ। ପାକିସ୍ତାନ ହାଇବ୍ରିଡ ମଡେଲରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ରାଜି ହୋଇଛି। ତେଣୁ ପାକିସ୍ତାନ ସହ ୟୁଏଇ ମଧ୍ୟ ଆୟୋଜନ ଅଧିକାର ପାଇଛି ବୋଲି ଆଇସିସି କହିଛି।
ଆସନ୍ତା ବର୍ଷ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ହାଇବ୍ରିଡ୍ ମଡେଲ୍ ଅଧୀନରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ ବୋଲି ଆଇସିସି ସ୍ପଷ୍ଟ କରିସାରିଛି। ପାକିସ୍ତାନ ଟୁର୍ନାମେଣ୍ଟ ଆୟୋଜନ କରୁଥିଲେ ମଧ୍ୟ ଭାରତ ଅନ୍ୟ କେତେକ ଦେଶରେ ମ୍ୟାଚ୍ ଖେଳିବ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ୮ ଟି ଦଳ ମଧ୍ୟରେ ମୋଟ ୧୫ ଟି ମ୍ୟାଚ୍ ହେବ। ସମସ୍ତ ଦଳକୁ ୨ ଟି ଦଳରେ ବିଭକ୍ତ କରାଯାଇଛି। ଭାରତ ଏବଂ ପାକିସ୍ତାନ ସମାନ ଗ୍ରୁପ୍-ଏ'ରେ ଅଛନ୍ତି। ସେମାନଙ୍କ ସହିତ ଅବଶିଷ୍ଟ ଦୁଇଟି ଦଳ ହେଉଛି ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ। ଯେଉଁଠାରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ଇଂଲଣ୍ଡକୁ ଗ୍ରୁପ୍-ବିରେ ରଖାଯାଇଛି। ସମସ୍ତ ମ୍ୟାଚ୍ ଦିନ ଏବଂ ରାତିରେ ଖେଳାଯିବ।
କାର୍ଯ୍ୟସୂଚୀ:
- ୧୯ ଫେବୃଆରୀ, ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ, କରାଚି, ପାକିସ୍ଥାନ।
- ୨୦ ଫେବୃଆରୀ, ବାଂଲାଦେଶ ବନାମ ଭାରତ, ଦୁବାଇ।
- ୨୧ ଫେବୃଆରୀ, ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, କରାଚି, ପାକିସ୍ଥାନ।
- ୨୨ ଫେବୃଆରୀ, ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର, ପାକିସ୍ଥାନ।
- ୨୩ ଫେବୃଆରୀ, ପାକିସ୍ତାନ ବନାମ ଭାରତ, ଦୁବାଇ।
- ୨୪ ଫେବୃଆରୀ, ବାଂଲାଦେଶ ବନାମ ନ୍ୟୁଜିଲ୍ୟାଣ୍ଡ, ରାୱଲପିଣ୍ଡି, ପାକିସ୍ଥାନ।
- ୨୫ ଫେବୃଆରୀ, ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ରାୱଲପିଣ୍ଡି, ପାକିସ୍ଥାନ।
- ୨୬ ଫେବୃଆରୀ, ଆଫଗାନିସ୍ତାନ ବନାମ ଇଂଲଣ୍ଡ, ଲାହୋର, ପାକିସ୍ଥାନ।
- ୨୭ ଫେବୃଆରୀ, ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି, ପାକିସ୍ଥାନ।
- ୨୮ ଫେବୃଆରୀ, ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ଲାହୋର, ପାକିସ୍ଥାନ।
- ୧ ମାର୍ଚ୍ଚ, ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, କରାଚି, ପାକିସ୍ଥାନ।
- ୨ ମାର୍ଚ୍ଚ, ନ୍ୟୁଜିଲ୍ୟାଣ୍ଡ ବନାମ ଭାରତ, ଦୁବାଇ।
- ୪ ମାର୍ଚ୍ଚ, ସେମିଫାଇନାଲ୍ ୧, ନିରପେକ୍ଷ ସ୍ଥାନ (ଯଦି ଭାରତ ଯୋଗ୍ୟତା ହାସଲ କରେ)
- ୫ ମାର୍ଚ୍ଚ, ସେମିଫାଇନାଲ ୨, ଲାହୋର, ପାକିସ୍ଥା।
- ୯ ମାର୍ଚ୍ଚ, ଫାଇନାଲ୍, ଲାହୋର (ଯଦି ଭାରତ ଫାଇନାଲକୁ ଉନ୍ନୀତ ହୋଇ ନ ଥାଏ, ଅଥବା ଏହା ଏକ ନିରପେକ୍ଷ ସ୍ଥାନରେ ଖେଳାଯିବ)।
- ୧୦ ମାର୍ଚ୍ଚ, ରିଜର୍ଭ ଦିବସ।












Click it and Unblock the Notifications