କ୍ରିକେଟରୁ ହଟିବ ଏହି ‘ବିବାଦୀୟ’ ନିୟମ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ହେବ ଲାଗୁ
ମୁମ୍ବାଇ: କ୍ରିକେଟରୁ ହଟିବ ଏହି 'ବିବାଦୀୟ' ନିୟମ । ଅନ୍ତର୍ଜାତୀୟ କ୍ରିକେଟରୁ ଏହି ନିୟମକୁ ଶେଷ କରିବାକୁ ଯାଉଛି ଆଇସିସି । ଆସନ୍ତା ଜୁନ ୭ ତାରିଖରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚରୁ ଏହି ନିୟମ ହଟାଯିବ ।
ତେବେ ଏହି 'ବିବାଦୀୟ' ନିୟମର ନାମ ହେଉଛି 'ସଫ୍ଟ ସିଗନାଲ' । କ୍ରିକେଟ ମ୍ୟାଚରେ ଆପଣ ଅମ୍ପାୟାରଙ୍କର ବିଭିନ୍ନ ସିଗନାଲକୁ ନଜର ଦେଇଥିବେ । ଏଥି ମଧ୍ୟରେ ଅମ୍ପାୟାର ଦେଉଥିବା ଏକ ସିଗନାଲକୁ 'ସଫ୍ଟ ସିଗନାଲ' ବୋଲି କୁହା ଯାଇଥାଏ । ବିଶେଷ କରି ମ୍ୟାଚରେ କୌଣସି ରିଭ୍ୟୁ ନେବା ବେଳେ ପଡିଆରେ ଥିବା ଅମ୍ପାୟାର ଏହି ସଫ୍ଟ ସିଗନାଲ ଜରିଆରେ ନିଜ ନିଷ୍ପତ୍ତି ଜଣାଇଥାନ୍ତି ।

ଯଦି ଥାର୍ଡ ଅମ୍ପାୟର ନିଷ୍ପତି ନ ନେଇ ପାରନ୍ତି । ତେବେ ଫିଲ୍ଡ ଅମ୍ପାୟରଙ୍କ ନିଷ୍ପତିକୁ ବଳବତର ରଖା ଯାଇଥାଏ । ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି କ୍ରିକେଟ କମିଟି ଏହାକୁ ଶେଷ କରିବା ପାଇଁ ଯୋଜନା କରିଛି । ନୂତନ ନିୟମ ଅନୁସାରେ ଥାର୍ଡ ଅମ୍ପାୟରଙ୍କ ନିକଟକୁ ନିଷ୍ପତି ରେଫର କରାଗଲେ ଏଥିପାଇଁ ଫିଲ୍ଡ ଅମ୍ପାୟରଙ୍କୁ କୌଣସି ନିଷ୍ପତି ନେବା ଆବଶ୍ୟକ ରହିବ ନାହିଁ । ସେମାନେ ସିଧାସଳଖ ରେଫର କରିପାରିବେ ।
ଅମ୍ପାୟାରଙ୍କ ଏହି ସଫ୍ଟ ସିଗନାଲ ରୁଲ କୁ ନେଇ ଅନେକ ଥର କ୍ରିକେଟରେ ବିବାଦ ସୃଷ୍ଟି ହୋଇଛି । ଏହି ନିୟମକୁ ନେଇ ଅନେକ ମ୍ୟାଚରେ ପ୍ରଶ୍ନ ମଧ୍ୟ ଉଠିଛି । ତେବେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ସମୟରେ ଅଷ୍ଟ୍ରେଲିଆର ମାର୍ନସ ଲାବୁସେନଙ୍କୁ ସଫ୍ଟ ସିଗନାଲ ନିୟମରେ ଆଉଟ ଘୋଷଣା କରିଥିଲେ ଅମ୍ପାୟାର । କିନ୍ତୁ ସ୍ଲିପର ଏହି କ୍ୟାଚ ସନ୍ଦେହ ଘେରରେ ରହିଥିବା ବେଳେ ଏହା କାହିଁକି ଥାର୍ଡ ଅମ୍ପାୟାରଙ୍କୁ ରେଫର କରାଗଲା ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା । କିନ୍ତୁ ଏବେ ନୂଆ ନିୟମ ଅନୁସାରେ ଏଭଳି କ୍ୟାଚ କିମ୍ବା ସନ୍ଦିଗ୍ଧ ଘଟଣାର ନିର୍ଣ୍ଣୟ ନେବେ ଥାର୍ଡ ଅମ୍ପାୟାର ।
ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ଜୁନ ୭ ତାରିଖରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ଏହି ମ୍ୟାଚରେ ଯଦି ଆଲୋକକୁ ନେଇ ସମସ୍ୟା ସୃଷ୍ଟି ହୁଏ, ତେବେ ଫ୍ଲଡ ଲାଇଟ ଅନ୍ କରାଯିବ । ତେବେ ଏହାବ୍ୟତୀତ ମ୍ୟାଚ ପାଇଁ ଷଷ୍ଠ ଦିନକୁ ରିଜର୍ଭ ଡେ' ଭାବରେ ମଧ୍ୟ ରଖାଯାଇଛି ।












Click it and Unblock the Notifications