ସ୍ୱଦେଶ ଫେରିଲେ ବିଶ୍ୱବିଜୟୀ ଟିମ୍, ସ୍ୱାଗତ କରିବା ଲାଗି ଜନ ସମୁଦ୍ର ପାଲଟିଲା ମୁମ୍ବାଇ
ନୂଆଦିଲ୍ଲୀ: ସ୍ୱଦେଶ ଫେରିଛନ୍ତି ଭାରତୀୟ ଖେଳାଳି । ବାର୍ବଡସରେ ଫସି ରହିଥିବା ଟି-୨୦ ବିଶ୍ୱ ଚାମ୍ପିୟନ ଟିମ ଇଣ୍ଡିଆର ଖେଳାଳିମାନେ ଭାରତ ଫେରିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଖେଳାଳିଙ୍କୁ ସ୍ୱାଗତ କରିବା ଲାଗି ପ୍ରଶଂସକମାନେ ବ୍ୟାଣ୍ଡ ବାଜା ନେଇ ପ୍ରସ୍ତୁତ ହୋଇଥିଲେ । ଖେଳାଳି ପହଞ୍ଚିବା ମାତ୍ରେ ଚକ ଦେ ଇଣ୍ଡିଆ ଗୀତରେ ଧୁମ ନାଚିବା ସହ ସମସ୍ତ ଖେଳାଳିଙ୍କୁ ମଧ୍ୟ ନଚାଇଥିଲେ । ଜନସମୁଦ୍ର ପାଲଟିଲା ମୁମ୍ବାଇର ମେରାଇନ ଡ୍ରାଇଭ ।
ଯେଉଁଆଡ଼େ ଚାହିଁଲେ କେବଳ ଲୋକ ହିଁ ଲୋକ । ଗୋଟିଏ ପଟେ ସମୁଦ୍ର ଓ ଆଉ ଗୋଟିଏ ପଟେ ଜନସମୁଦ୍ର । କେବଳ ଶୁଭୁଥିଲା ଟିମ ଇଣ୍ଡିଆ ଟିମ ଇଣ୍ଡିଆ ନାରା । ଖୁସିରେ ସମସ୍ତଙ୍କ ଆଖି ଜକେଇ ଆସିଥୁଲା । ପ୍ରବଳ ବର୍ଷ ହେଉଥିଲା ସତ କିନ୍ତୁ ଲୋକଙ୍କ ଉତ୍ସାହରେ ଏହା କୌଣସି ପ୍ରକାରର ଫରକ ପକାଇ ପାରି ନଥିଲା । ଏମିତି କିଛି ଦୃଶ୍ୟ ଆଜି ୧୩ ବର୍ଷ ପରେ ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟର ବିଜୟ ଶୋଭାଯାତ୍ରା ବେଳେ ଦେଖିବାକୁ ମିଳିଥିଲା ।

ସୁଚନାନୁସାରେ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଭାରତୀୟ ଦଳ ଦିଲ୍ଲୀରୁ ବାହାରି ମୁମ୍ବାଇରେ ପହଞ୍ଚିଛନ୍ତି । ଅପରାହ୍ନ ପ୍ରାୟ ୫.୨୮ ସମୟରେ ଭାରତୀୟ ଦଳର ବିମାନ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିଲେ । ବିମାନବନ୍ଦରରେ ଅବତରଣ କରିବା ପରେ ଟିମ ଇଣ୍ଡିଆକୁ ମେରାଇନ ଡ୍ରାଇଭକୁ ନିଆଯିବ, ଯେଉଁଠାରେ ବିଜୟ ପରେଡ ହେବାକୁ ଯାଉଛି ଏବଂ ସେଠାରେ ହଜାର ହଜାର ପ୍ରଶଂସକ ଉପସ୍ଥିତ ଅଛନ୍ତି । ବିଶ୍ୱ ବିଜୟୀ ଦଳକୁ ସ୍ୱାଗତ କରିବା ପାଇଁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ହେଲେ ବିଜୟ ପରେଡ ଅନୁଷ୍ଠିତ ହେବାକୁ ଯାଉଥିବା ସ୍ଥାନରେ ବର୍ଷା ହେଉଛି । ପ୍ରବଳ ବର୍ଷା ସତ୍ତ୍ୱେ ପ୍ରଶଂସକଙ୍କ କ୍ରେଜ କମିବାର କୌଣସି ଚିହ୍ନ ଦେଖାଉ ନାହିଁ ଏବଂ ଲୋକମାନେ ଷ୍ଟାଡିୟମରେ ଛତା ଧରି ଟିମ ଇଣ୍ଡିଆକୁ ଅପେକ୍ଷା କରିଛନ୍ତି ।












Click it and Unblock the Notifications