IPL 2025'ରେ ବଲିଉଡ ଷ୍ଟାରଙ୍କ ଜଲୱା
IPL 2025: IPL ୨୦୨୫ର ୧୮ତମ ସିଜିନ୍ ୨୨ ମାର୍ଚ୍ଚରେ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଆରମ୍ଭ ହେବା । ଚଳିତ ବର୍ଷ ଓପନିଂ ଡେ'ସେଲିବ୍ରେସନ୍ ଏକ ଭବ୍ୟ ଏବଂ ରୋମାଞ୍ଚକର କାର୍ଯ୍ୟକ୍ରମ ହେବାକୁ ଯାଉଛି। କେବଳ କ୍ରିକେଟ ପ୍ରେମୀଙ୍କ ପାଇଁ ନୁହେଁ ବରଂ ବଲିଉଡ ଏବଂ ସଙ୍ଗୀତ ପ୍ରେମୀଙ୍କ ପାଇଁ ମଧ୍ୟ ଖୁବ୍ ଖାସ ହେବାକୁ ଯାଉଛି । ଉଦଘାଟନୀ ଉତ୍ସବରେ ଅନେକ ବଡ଼ ବଡ଼ ତାରକା ଯୋଗ ଦେବା ନେଇ ସୂଚନା ରହିଛି ।
ଉଦଘାଟନୀ ଉତ୍ସବରେ, ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଅଭିନେତା ବରୁଣ ଧୱନ ଜବରଦସ୍ତ ଡ୍ୟାନ୍ସ ପ୍ରଦର୍ଶନ କରିବେ । ଏହି ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନଙ୍କର ଉତ୍ସାହ ବୃଦ୍ଧି ପାଇଛି । କେବଳ ବଲିଉଡ୍ ଷ୍ଟାର ହିଁ ନୁହଁନ୍ତି ଆଇପିଏଲ ଉଦଘାଟନୀ ଉତ୍ସବରେ ଗାୟକ ଅରିଜିତ ସିଂହଙ୍କ ଜଲୱା ମଧ୍ୟ ଦେଖିବା ପାଇଁ ମିଳିବ ।

IPL ୨୦୨୫ର ଲାଇଭ୍ ଷ୍ଟ୍ରିମିଂ ଅଧିକାର ଜିଓ ସିନେମା ପାଖରେ ଅଛି। ଜିଓ ସିନେମା ଆପ୍ ଏବଂ ୱେବସାଇଟରେ IPL ଉଦଘାଟନୀ ଉତ୍ସବ ଏବଂ ମ୍ୟାଚ୍ଗୁଡ଼ିକର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ।
ଆଇପିଏଲ ଉଦଘାଟନୀ ଉତ୍ସବ ଏବଂ ମ୍ୟାଚ୍ ଗୁଡ଼ିକର ସିଧା ପ୍ରସାରଣ ମଧ୍ୟ ଷ୍ଟାର ସ୍ପୋର୍ଟସରେ ମଧ୍ୟ ଦେଖିପାରିବେ । ପ୍ରଶଂସକମାନେ ପ୍ରଥମ ମ୍ୟାଚ୍ ପାଇଁ ଅପେକ୍ଷା କରିଛନ୍ତି। ଉଦଘାଟନୀ ଉତ୍ସବ ପରେ, ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ଖେଳାଯିବ।












Click it and Unblock the Notifications