ମନୁ ଭକରଙ୍କ ଉପରେ ଟଙ୍କାର ବର୍ଷା, କ୍ରୀଡ଼ା ମନ୍ତ୍ରୀ ଦେଲେ ୩୦ ଲକ୍ଷ ଟଙ୍କାର ଚେକ୍
Paris Olympics 2024: ଭାରତୀୟ ସୁଟର ମନୁ ଭକର ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ । ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ତିନୋଟି ପଦକ ଜିତିଛି ଏବଂ ତିନୋଟି ସୁଟିଂରୁ ଆସିଛି। କ୍ରୀଡା ମନ୍ତ୍ରୀ ମାନସୁଖ ମାଣ୍ଡନିକଟରେ ମନୁ ଭାକରଙ୍କୁ ଭେଟିଥିଲେ ଏବଂ ଏହି ସମୟରେ ସେ ତାଙ୍କୁ ଏକ ଚେକ୍ ଦେଇଥିଲେ । ନିଜେ ମନୁ ଏନେଇ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ଏପରିକି କ୍ରୀଡା ମନ୍ତ୍ରୀ ମଧ୍ୟ ଏହି ଫଟୋକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ମହିଳା ପିସ୍ତଲ ବିଭାଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ମନୁ ଭାକର । ତାଙ୍କୁ ମେଡାଲ ସହ 30ଲକ୍ଷର ଚେକ୍ ପ୍ରଦାନ କରାଯାଇଛି । ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ କେନ୍ଦ୍ର କ୍ରିଡା ମନ୍ତ୍ରୀ 30ଲକ୍ଷର ଏକ ଚେକ୍ ପ୍ରଦାନ କରିଛନ୍ତି । ସୋସିଲଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କ୍ରୀଡ଼ା ମନ୍ତ୍ରୀ ଲେଖିଛନ୍ତିସ, ଆଜି ମୁଁ ଦେଶର ଝିଅ ମନୁ ଭକରଙ୍କୁ ଭେଟିଛି, ଯିଏ ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାର ପାଇଁ ଦୁଇଟି ପଦକ ଆଣିଛନ୍ତି । ତାଙ୍କର ଏହି ଐତିହାସିକ ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମନୁ ଭକର 10 ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ପରେ ସେ 10 ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ଜିତିଥିଲେ । ସ୍ୱପ୍ନିଲ ଭାରତ ପାଇଁ ତୃତୀୟ ବ୍ରୋଞ୍ଜ ଜିତିଥିଲେ।












Click it and Unblock the Notifications