ପ୍ୟାରିସ ଅଲିମ୍ପିକ୍ସ: ଫାଇନାଲରେ ସୁଟର ମନୁ ଭାକର

Paris Olympics 2024: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପ୍ରଥମ ଦିନରେ ଭାରତ ପାଇଁ ଭଲ ଖବର ଆସିଛି । ସୁଟର ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି । ମନୁ ମହିଳା ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ୬୦୦ରୁ ୫୮୦ ପଂଏଟ ସ୍କୋର କରି ୪୫ ଶୁଟର୍ସଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଥିଲେ ।

ରିଦ୍ମା ସାଙ୍ଗବାନ ନୈରାଶ୍ୟଜନକ ପ୍ରଦର୍ଶନ କରି ଏହି ବିଭାଗରେ ୧୫ତମ ସ୍ଥାନରେ ରହି ଫାଇନାଲ ଦୌଡରୁ ବାଦ ପଡିଥିଲେ । ଜୁଲାଇ ୨୮ ଦ୍ୱିପ୍ରହର ୩ଟା୩୦ରେ ସେ ପଦକ ପାଇଁ ପ୍ରତିଦ୍ୱ୍‌ଦ୍ୱୀତା କରିବେ । ୨୦ ବର୍ଷ ପରେ ଜଣେ ଭାରତୀୟ ମହିଳା ଶୁଟର ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଶେଷ ଥର ପାଇଁ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲ ମହିଳା ଇଭେଣ୍ଟର ଫାଇନାଲରେ ପହଞ୍ଚିଥିଲେ ସୁମା ଶିରୁର । କିନ୍ତୁ ଏହା ପରେ କୌଣସି ଭାରତୀୟ ମହିଳା ଶୁଟର ୨୦ ବର୍ଷ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିପାରିନଥିଲେ ।

Manu Bhaker

୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ମନୁ ଭାକର ଯୋଗ୍ୟତା ପର୍ଯ୍ୟାୟରୁ ଆଗକୁ ଯାଇ ପାରି ନଥିଲେ । କିନ୍ତୁ ଏଥର ସେ ଭାରତ ପାଇଁ ପଦକ ଜିତିବାର ସୁଯୋଗ ସୃଷ୍ଟି କରିଛନ୍ତି । ଅନ୍ୟପକ୍ଷରେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ରିଦମ ସାଙ୍ଗୱାନ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ସେ ୧୫ତମ ସ୍ଥାନରେ ନିଜର ଅଭିଯାନ ଶେଷ କରିଛନ୍ତି । ସେ ୧୫ତମ ସ୍ଥାନରେ ରହିବାରୁ ଫାଇନାଲ ଦୌଡ଼ରୁ ବାଦ ପଡ଼ିଛନ୍ତି ।

ଏହାପୂର୍ବରୁ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ସରବଜୋତ ସିଂହ ଓ ଅର୍ଜୁନ ସିଂହ ଚୀମା ନିରାଶ କରିଥିଲେ । ସିଂହ ୫୭୭ ପଏଣ୍ଟ ସହ ୯ମ ସ୍ଥାନରେ ଓ ୫୭୪ ପଏଣ୍ଟ ସହ ଚୀମା ୧୮ତମ ସ୍ଥାନରେ ରହିଥିଲେ । ଉଭୟ ଟପ୍ ୮ରେ ରହିବାକୁ ସକ୍ଷମ ନ ହେବାରୁ ଫାଇନାଲ ଦୌଡ଼ରୁ ବାଦ ପଡ଼ିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+