Get Updates
Get notified of breaking news, exclusive insights, and must-see stories!

ମନୋଲୋ ମାର୍କଜ ଭାରତୀୟ ପୁରଷ ଫୁଟବଲ ଦଳର ମୁଖ୍ୟ କୋଚ୍‌

Manolo Marquez: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ) ସ୍ପେନର ମନୋଲୋ ମାର୍କଜଙ୍କୁ ଭାରତୀୟ ପୁରଷ ଫୁଟବଲର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ କରିଛି ।ମାର୍କଜ ବର୍ତ୍ତମାନ ଇଣ୍ଡିଆ ସୁପର ଲିଗ (ISL) ଟିମ ଏଫସି ଗୋଆର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରୁଛନ୍ତି ।

୨୦୨୪-୨୫ ସିଜିନରେ ମାର୍କଜ ପ୍ରଥମ ଟିମ ଏଫସି ଗୋଆର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିବେ । ଏଥିସହ ଭାରତୀୟ ଟିମର ମଧ୍ୟ ଦାୟିତ୍ୱ ନେବେ । ଏହାପରେ ସେ ଭାରତୀୟ ପୁରୁଷ ଫୁଟବଲ ଟିମର ମୁଖ୍ୟ କୋଚ ଭାବେ କାର୍ଯ୍ୟ ଆରମ୍ଭ କରିବେ ବୋଲି ଏଆଇଏଫଏଫ କହିଛି ।

ନିଯୁକ୍ତି ସମ୍ପର୍କରେ ପ୍ରତିକ୍ରିୟା ଦେଇ ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେ କହିଛନ୍ତି, "ଆମେ ମାର୍କଜଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ସ୍ୱାଗତ କରିବା ପାଇଁ ବେଶ ଉତ୍ସାହିତ । ଜାତୀୟ ଡ୍ୟୁଟି ପାଇଁ ଏଫସି ଗୋଆ ତାଙ୍କୁ ରିଲିଜ କରିଥିବାରୁ ଉକ୍ତ ପ୍ରାଞ୍ଚାଇଜକୁ ମଧ୍ୟ ଧନ୍ୟବାଦ ଜଣାଉଛୁ । ଆମେ ଆଗାମୀ ବର୍ଷ ଗୁଡ଼ିକରେ ମାର୍କଜଙ୍କ ସହ କାମ କରିବାକୁ ଆଶା ରଖିଛୁ । ଏଆଇଏଫଏଫ, ଏଫସି ଗୋଆ ଓ ମାର୍କଜ ମିଳିତ ଭାବେ ସବୁ କିଛି କରିଛୁ।"

ମାର୍କଜ ନିଜର ନିଯୁକ୍ତି ସମ୍ପର୍କରେ କହିଛନ୍ତି ଯେ ଭାରତର ଜାତୀୟ ଟିମ କୋଚ ହେବା ଗୋଟିଏ ସମ୍ମାନର ବିଷୟ । ଭାରତକୁ ମୁଁ ମୋର ଦ୍ୱିତୀୟ ଘର ଭାବେ ବିବେଚନା କରେ । ଭାରତ ଓ ଏହାର ଲୋକମାନଙ୍କ ସହ ମୁଁ ଜଡ଼ିତ ।

Manolo Marquez

ମୁଁ ଏଠାକୁ ଆସିବା ପରଠାରୁ ଏହାର ଅଂଶବିଶେଷ ବୋଲି ଅନୁଭବ କରିଛି। ମୁଁ ଫ୍ୟାନ୍ସଙ୍କୁ ସଫଳତା ଦେବା ପାଇଁ ସବୁ ପ୍ରକାରର ଚେଷ୍ଟା କରିବି। ମୁଁ ଏଫସି ଗୋଆକୁ ମଧ୍ୟ ଧନ୍ୟବାଦ ଜଣାଉଛି। ଏଆଇଏଫଏଫ ମୋତେ ଏହି ସୁଯୋଗ ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି।"

୫୫ ବର୍ଷୀୟ ମନୋଲୋ ମାର୍କଜ ଭାରତୀୟ ଫୁଟବଲ ସହ ବେଶ କିଛି ବର୍ଷ ହେଲା ଜଡ଼ିତ । ୨୦୨୦ରୁ ସେ ଭାରତରେ କୋଚିଂ ଦେଇ ଆସୁଛନ୍ତି । ୨୦୨୦-୨୩ ଯାଏ ସେ ହାଇଦ୍ରାବାଦ ଏଫସିର କୋଚ ଥିଲେ। ୨୦୨୩ରୁ ସେ ଏଫସି ଗୋଆର କୋଚ ରହିଛନ୍ତି। ୨୦୨୧-୨୨ରେ ତାଙ୍କ କୋଚିଂରେ ହାଇଦ୍ରାବାଦ ଏଫସି ଆଇଏସ୍‌ଏଲ ଟ୍ରଫି ଜିତିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+