ମେଲବର୍ଣ୍ଣରେ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି, କଳାପଟି ବାନ୍ଧି ମ୍ୟାଚ୍ ଖେଳିଲେ ଭାରତୀୟ ଟିମ୍

Manmohan Singh Death: ମନମୋହ ସିଂହଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ମେଲବର୍ଣ୍ଣରେ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି । ହାତରେ କଳାପଟି ବାନ୍ଧି ମ୍ୟାଚ୍ ଖେଳିଲେ ଭାରତୀୟ ଟିମ୍ ।

Manmohan Singh Death

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟ୍ ଦଳ ହାତରେ କଳା ପଟି ବାନ୍ଧି ଖେଳୁଥିବାର ଦେଖିବାକୁ ମିଳିଥିଲା । ଏପରି ଦୃଶ୍ୟ ଦର୍ଶକ ଏବଂ ପ୍ରଶଂସକଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଥିଲା ​​। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବାକୁ ଯାଇ ଟିମ୍ ଇଣ୍ଡିଆ ଏହି ପଦକ୍ଷେପ ନେଇଛି।

ମନମୋହନ ସିଂଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଶୁକ୍ରବାର ଦିନ ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ ।

ଭାରତର ଆର୍ଥିକ ପରିବର୍ତ୍ତନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଏବଂ ବିକାଶରେ ପରିପୂର୍ଣ୍ଣ ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ବରିଷ୍ଠ ନେତା ତଥା ଜଣାଶୁଣା ବ୍ୟକ୍ତିତ୍ୱ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+