ଅଲିମ୍ପିକ୍ସରେ ରେକର୍ଡ ବ୍ରେକ କଲେ ମୋନିକା ବାତ୍ରା
Manika Batra at Paris Olympics 2024: ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତୀୟ ଟେନିସ୍ ଖେଳାଳି ମୋନିକା ବାତ୍ରା ଟେବୁଲ ଟେନିସରେ ଇତିହାସ ରଚିଛନ୍ତି । 32 ର ରାଉଣ୍ଡରେ ମୋନିକା ବାତ୍ରା ଏବଂ French Paddler Prithika Pavadଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ମୋନିକା ପାୱାଡେଙ୍କୁ କ୍ଲିନସୁଇପ୍ କରିଥିଲେ ଏବଂ ୧୬ ରାଉଣ୍ତରେ ସେ ନିଜର ସ୍ଥାନ ନିଶ୍ଚିତ କରିଥିଲେ । ମୋନିକା ବାତ୍ରା ହେଉଛନ୍ତି ପ୍ରଥମ ଭାରତୀୟ ଟେବୁଲ୍ ଟେନିସ୍ ଖେଳାଳି ଯିଏକି ଅଲିମ୍ପିକ୍ସରେ 16 ରାଉଣ୍ଡରେ ପ୍ରବେଶ କରିଛନ୍ତି । ଏହି ବିଜୟରେ ଏକ ବିଶେଷ କଥା ହେଲା ଯେ ମାନିକା ବତ୍ରା ବିଶ୍ୱ ର଼୍ୟାଙ୍କିଙ୍ଗରେ 28 ତମ ସ୍ଥାନରେ ଅଛନ୍ତି ଏବଂ ର଼୍ୟାଙ୍କିଙ୍ଗରେ ମୋନିକାଙ୍କଠାରୁ ଦଶଟି ଉପରେ ଅଛନ୍ତି ପ୍ରୀତିକା ପାୱାଡେ।













Click it and Unblock the Notifications