ବ୍ୟାଡମିଣ୍ଟନ ଖେଳାଳି ଚିରାଗ ସେଟ୍ଟୀ ଓ ସାତ୍ତ୍ବିକ ସାଇରାଜ ପାଇବେ ଖେଳରତ୍ନ ପୁରସ୍କାର; ମହମ୍ମଦ ସାମିଙ୍କୁ ଅର୍ଜୁନ
ମହମ୍ମଦ ସାମିଙ୍କୁ ଅର୍ଜୁନ ପୁରସ୍କାର । ଭାରତୀୟ ଦଳର ଦ୍ରୁତ ବୋଲର ତଥା ଗତ ଦିନିକିଆ କ୍ରିକେଟ ବିଶ୍ୱକପର ସର୍ବାଧିକ ୱିକେଟ ନେଇଥିବା ମହମ୍ମଦ ସାମିଙ୍କୁ ଭାରତ ସରକାରଙ୍କ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରାପ୍ତ ହୋଇଛି । ବିଶ୍ୱକପରେ ୭ଟି ମ୍ୟାଚ୍ ଖେଳି ୨୪ଟି ୱିକେଟ ନେଇଥିଲେ ସାମି ।
ଦୁଇ କ୍ରୀଡ଼ାବିତ୍ ପାଇବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ବ୍ୟାଡମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟୀ ଓ ରାଙ୍କିରେଡ୍ଡୀ ସାତ୍ତ୍ବିକ ସାଇରାଜ ପାଇବେ ଖେଳରତ୍ନ ପୁରସ୍କାର ।

ସୂଚନା ଅନୁଯାୟୀ, ଅର୍ଜୁନ ପୁରସ୍କାର ତାଲିକାରେ ପୂର୍ବରୁ ସାମିଙ୍କ ନାମ ରଖାଯାଇ ନଥିଲା। କିନ୍ତୁ ସାମିଙ୍କୁ ଏହି ତାଲିକାରେ ସ୍ଥାନ ଦେବାକୁ ବିସିସିଆଇ ପକ୍ଷରୁ ସରକାରଙ୍କୁ ସ୍ବତନ୍ତ୍ର ଭାବେ ଅନୁରୋଧ କରାଯାଇଥିଲା। ୨୬ ଖେଳାଳିଙ୍କୁ ମିଳିବ ସମ୍ମାନଜନକ ଅର୍ଜ୍ଜୁନ ପୁରସ୍କାର । ଜାନୁଆରୀ ୯ ତାରିଖରେ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ।
ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର
୧- ଚିରାଗ ଚନ୍ଦ୍ରଶେଖର ସେଟ୍ଟୀ (ବ୍ୟାଡମିଣ୍ଟନ)
୨- ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ( ବ୍ୟାଡମିଣ୍ଟନ)
ଅର୍ଜୁନ ପୁରସ୍କାର
୧- ଓଜାସ ପ୍ରବୀଣ ଦେଓତାଲେ (ତୀରନ୍ଦାଜୀ)
୨- ଆଦିତି ଗୋପିଚାନ୍ଦ ସ୍ୱାମୀ ( ତୀରନ୍ଦାନଜୀ)
୩- ମୁରଲୀ ଶ୍ରୀଶଙ୍କର (ଆଥଲେଟିକ୍ସ)
୪- ପାରୁଲ ଚୌଧୁରୀ (ଆଥଲେଟିକ୍ସ)
୫- ମହମ୍ମଦ ହୁସମୁଦ୍ଦିନ (ବକ୍ସିଂ)
୬- ଆର ବୈଶାଳୀ (ଚେସ୍)
୭- ମହମ୍ମଦ ଶାମି (କ୍ରିକେଟ)
୮- ଅଂଶୁ ଅଗ୍ରୱାଲ (ଅଶ୍ୱ ଚାଳନା)
୯- ଦିବ୍ୟାକ୍ରୀତି ସିଂହ( ଅଶ୍ୱ ଚାଳନା ଡ୍ରେସଏଜ)
୧୦- ଦୀକ୍ଷା ଡାଗର (ଗଲ୍ଫ)
୧୧- କୃଷ୍ଣ ବାହାଦୂର ପାଠକ (ହକି)
୧୨- ପି ସୁଶିଲା ଚାନୁ (ହକି)
୧୩- ପବନ କୁମାର (କବାଡି)
୧୩- ଋତୁ ନେଗୀ (କବାଡି)
୧୪- ନସରୀନ (ଖୋ-ଖୋ)
୧୬- ପିଙ୍କି (ଲନ ବଲ)
୧୭- ଐଶ୍ୱର୍ଯ୍ୟା ପ୍ରତାପ ସିଂହ ତୋମାର (ଶୁଟିଂ)
୧୮- ଈଶା ସିଂହ ( ଶୁଟିଂ)
୧୯- ହରିନ୍ଦର ପାଲ ସିଂହ (ସ୍କ୍ୱାଶ)
୨୦- ଆହିକା ମୁଖାର୍ଜୀ (ଟେବୁଲ ଟେନିସ)
୨୧- ସୁନୀଲ କୁମାର ( ରେସଲିଂ)
୨୨- ଅନ୍ତିମ ପଙ୍ଘଲ (ରେସଲିଂ)
୨୩- ଦାଓରେମ ରୋଶିବିଣା ଦେବୀ (ଉଶୁ)
୨୪- ଶୀତଳ ଦେବୀ (ପାରା ତୀରନ୍ଦାଜୀ)
୨୫- ଇଲଉରି ଅଜୟ କୁମାର ରେଡ୍ଡର( ଦୃଷ୍ଟିହୀନ କ୍ରିକେଟ)
୨୬- ପ୍ରାଚୀ ଯାଦବ (ପାରା କାନୋଇଙ୍ଗ)
୫ ଜଣ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ମିଳିବ
ଦ୍ରୋଣାଚାର୍ଯ୍ୟ ପୁରସ୍କାର
୧- ଲଳିତ କୁମାର (ରେସଲିଂ)
୨- ଆର ବି ରମେଶ (ଚେସ)
୩- ମହାବୀର ପ୍ରସାଦ ସୈନି ( ପାରା ଆଥଲେଟିକ୍ସ)
୪- ଶିବେନ୍ଦର ସିଂହ (ହକି)
୫- ଗଣେଶ ପ୍ରଭାକର (ମାଲଖମ୍ବ)












Click it and Unblock the Notifications