୪୪ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି: ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ
MS Dhoni Birthday: ଭାରତୀୟ କ୍ରିକେଟରେ ଅନେକ ମହାନ ଖେଳାଳି ରହିଛନ୍ତି । ବିଶ୍ୱ କ୍ରିକେଟରେ ମଧ୍ୟ ଅନେକ ମହାନ ଖେଳାଳିଙ୍କ ନାମ ଆସେ । ହେଲେ ସାରା ବିଶ୍ୱରେ, କ୍ରିକେଟରୁ ଫୁଟବଲ, ହକିଠୁ କବାଡ଼ି, ଯେଉଁ ଖେଳାଳିଙ୍କ ଦିୱାନା ସମସ୍ତ । ସେହି ଖେଳାଳି ଜଣଙ୍କ ହେଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନି । ଆଜି ଧୋନିଙ୍କ ଜନ୍ମଜଦିନ । ୪୩ ବର୍ଷରେ ପାଦ ଥାପିଛନ୍ତି ଆଇସିସି ଟ୍ରପି କିଙ୍ଗ୍ ।
ତେବେ ସୋସିଆଲ ମିଡ଼ିଆ ଓ ମୋବାଇଲ ଫୋନଠାରୁ ବହୁ ଦୂରରେ ଥିବା ଧୋନି କିନ୍ତୁ ଜନ୍ମଦିନରେ ପାଇଥାନ୍ତି ଅଗଣିତ ଶୁଭେଚ୍ଛା । କେବଳ ଭାରତ ନୁହେଁ ସାରା ବିଶ୍ୱରୁ ଧୋନିଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି ଅନେକ ଲୋକ । ଯାହାକୁ ଆପଣ କଳ୍ପନା ବି କରି ପାରିବେନି ।

ଭାରତକୁ ତିନୋଟି ଆଇସିସି ଟ୍ରଫି ଜିତାଇଇଥିବା ଧୋନି ଆଜି ନିଜର ୪୪ ତମ ଜନ୍ମଦିନ ମନାଉଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ସେସବୁ ସଫଳତା ହାସଲ କରିଛି, ଯାହା ଦୁନିଆର କୌଣସି ଅଧିନାୟକ ତାହା କରିପାରି ନାହାନ୍ତି । ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି-୨୦ ବିଶ୍ୱକପ୍, ୨୦୧୧ରେ ଦିନିକିଆ ବିଶ୍ୱକପ୍ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫିର ଟାଇଟଲ୍ ଜିତିଥିଲା । ୨୦୦୪ରେ ଝାଡ଼ଖଣ୍ଡର ଏହି ୱିକେଟକିପର ବ୍ୟାଟର ଭାରତ ପାଇଁ ନିଜର ପ୍ରଥମ ମ୍ୟାଚ୍ ଖେଳିଥିଲେ । ୨୦୦୭ରେ ତାଙ୍କୁ ପ୍ରଥମଥର ଭାରତୀୟ କ୍ରିକେଟ ଦଳର ଅଧିନାୟକ କରାଯାଇଥିଲା ।
ତା'ପରେ ଧୋନି ଗୋଟିଏ ପରେ ଗୋଟିଏ ଇତିହାସ ରଚିଚାଲିଲେ । ଧୋନିଙ୍କ ନେତୃତ୍ୱରେ ଭାରତ ୬୦ ଟେଷ୍ଟରୁ ୨୭ଟି ଜିତିଛି । ସେହିପରି ୨୦୦ ଦିନିକିଆରେ ଧୋନି ୧୧୦ଟି ମ୍ୟାଚ୍ ଜିତିଥିବା ବେଳେ ୭୧ ଟି-୨୦ ମ୍ୟାଚରେ ୪୧ଟି ବିଜୟ ହାସଲ କରିଛନ୍ତି । କେବଳ ସେତିକି ନୁହେଁ, ଆଇପିଏଲରେ ମଧ୍ୟ ଧୋନି ସବୁଠାରୁ ସଫଳ ଅଧିନାୟକ ଭାବେ ୫ଟି ଟ୍ରଫି ଜିତି ରୋହିତ ଶର୍ମାଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି । ଯେତେ ବୟସ ବଢ଼ୁଛି, ଧୋନିଙ୍କ ପ୍ରତି ଫ୍ୟାନଙ୍କ ଭଲପାଇବା ସେତେ ବଢ଼ୁଛି । ୨୦୨୪ ଆଇପିଏଲରେ ମଧ୍ୟ ଧୋନି ପୁଣିଥରେ ଖେଳିପାରନ୍ତି ବୋଲି ଜଣାପଡ଼ିଛି । ଧୋନି ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଏବଂ ୯୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଧୋନି ୯୦ଟି ଟେଷ୍ଟରେ ୪୮୭୬ ରନ୍, ୩୫୦ ଦିନିକିଆରେ ୧୦୭୭୩ ରନ୍, ଟି-୨୦ରେ ୧୬୧୭ ରନ୍ କରିଛନ୍ତି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications