Get Updates
Get notified of breaking news, exclusive insights, and must-see stories!

ସତ ହେଲା ଧୋନିଙ୍କ ଭବିଷ୍ୟବାଣୀ, ଟେଷ୍ଟ ଅଧିନାୟକ ପଦ ଛାଡିଲେ କୋହଲି

ଧୋନି 2017 ରେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । କାରଣ ଏକ ବିଭାଜିତ ଅଧିନାୟକତ୍ୱ ଭାରତ ପାଇଁ ଉପଯୁକ୍ତ ନୁହେଁ ବୋଲି ସେ କହିଥିଲେ ।

ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ହାରିବା ପରେ ବିରାଟ ସୋସିଆଲ ମିଡିଆ ଜରିଆରେ ଏକ ଲମ୍ବା ପୋଷ୍ଟ ସେୟାର କରି ଘୋଷଣା କରିଛନ୍ତି ଯେ, ସେ ଟେଷ୍ଟ କ୍ୟାପଟେନସି ଛାଡିଛନ୍ତି। ବିରାଟଙ୍କୁ ଏହି ନିଷ୍ପତ୍ତି ପରେ ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି)ଙ୍କ ଭବିଷ୍ୟବାଣୀ ଠିକ ବୋଲି ପ୍ରମାଣିତ ହୋଇଛି। ଧୋନି 2017 ରେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । କାରଣ ଏକ ବିଭାଜିତ ଅଧିନାୟକତ୍ୱ ଭାରତ ପାଇଁ ଉପଯୁକ୍ତ ନୁହେଁ ବୋଲି ସେ କହିଥିଲେ ।

 Virat Kohli Test Captaincy

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ପୁଣେରେ ସୀମିତ ଓଭର ଅଧିନାୟକତ୍ୱ ଛାଡିବା ପରେ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଏମଏସ ଧୋନି କହିଥିଲେ ଯେ, ଭାରତରେ ସ୍ପି୍ଲିଟ ଅଧିନାୟକତ୍ୱ କାମ କରିବାନାହିଁ। ଆଗକୁ ବଢିବା ମୋ ପାଇଁ ଉପଯୁକ୍ତ ସମୟ ଥିଲା । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ସବୁଠୁ ସଫଳ ଦଳ ହେବ।

2014-15 ରେ ବିରାଟ କୋହଲି ଟେଷ୍ଟ ଅଧିନାୟକ ହୋଇଥିଲେ

ଅଷ୍ଟ୍ରେଲିଆରେ 2014-15 ଟେଷ୍ଟ ସିରିଜରେ ଧୋନିଙ୍କ ଆକସ୍ମିକ ଅବସର ପରେ ବିରାଟ କୋହଲି ଟେଷ୍ଟ ଅଧିନାୟକ ହୋଇଥିଲେ। ଏହା ଏକ ବିଭାଜିତ ଅଧିନାୟକତ୍ୱ ପାଇଁ ଏକ ପଥ ପରିଷ୍କାର କରିଥିଲା, କିନ୍ତୁ ଏହା ପରେ କ୍ଷୁଦ୍ର ଫର୍ମାଟରେ ଭାରତ ଅନୁକୂଳ ଫଳାଫଳ ପାଇଲା ନାହିଁ । ଉଭୟ ଅଷ୍ଟ୍ରେଲିଆରେ ହେବାକୁ ଥିବା 2015 ବିଶ୍ୱକପ ଏବଂ 2016 ରେ ବିଶ୍ୱ ଟି-20 ର ସେମିଫାଇନାଲରେ ସେମାନେ ହାରିଥିଲେ । ତେବେ ବିରାଟ କୋହଲି ଏକ ଶକ୍ତିଶାଳୀ ଟେଷ୍ଟ ଦଳ ଗଠନ କରିଥିଲେ ଯାହା ଜିତିବାରେ ଲାଗିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+