୫ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଗୁରୁବାର ୫ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ୧୯୧ ରନ୍‌ର ବିଜୟ ଲକ୍ଷ୍ୟକୁ ଏହି ଦଳ ୨୩ ବଲ୍‌ ପୂର୍ବରୁ ୫ ୱିକେଟ୍‌ ହରାଇ ହାସଲ କରି ନେଇଥିଲା।

ନିକୋଲାସ ପୂରନ (୭୦, ୨୬ ବଲ୍‌, ୬ ଚୌକା, ୬ ଛକା)ଙ୍କ ବିସ୍ଫୋରକ ପାଳି ବଳରେ ଲକ୍ଷ୍ନୌ ଏହି ସହଜ ବିଜୟ ପାଇଥିଲା। ଏପରିକି ପୂରନ ୧୮ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରି ଚଳିତ ଆଇପିଏଲ୍‌ରେ ଦ୍ରୁତତମ ହୋଇଥି‌ଲେ।

ପୂରନ ଓ ମିଚେଲ ମାର୍ସ ଦ୍ବିତୀୟ ୱିକେଟ୍‌ରେ ୧୧୬ ରନ୍‌ର ଭାଗୀଦାରି ଗଢ଼ିଥିଲେ। ତାଙ୍କ ପରେ ମାର୍ସ (୫୨, ୩୧ ବଲ୍‌, ୭ ଚୌକା, ୨ ଛକା) ପ୍ୟାଭିଲିୟନ ଫେରିଥିଲେ। ଶେଷରେ ଅବଦୁଲ୍‌ ସମଦ (୮ ବଲ୍‌ରୁ ୨୨*)‌ ଓ ଡେଭିଡ ମିଲର (୭ ବଲ୍‌ରୁ ୧୩*) ବିଜୟ ମୁଣ୍ଡି ମାରିଥିଲେ।

Lucknow Super Giants beat Sunrisers Hyderabad

ପୂର୍ବରୁ ଗତ ମ୍ୟାଚ୍‌ରେ ୨୮୬/୬ କରିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ଗୁରୁବାର ନିଜ ଘରୋଇ ପଡ଼ିଆରେ ଆରମ୍ଭରୁ ଝୁଣ୍ଟିଥିଲା। ଶାର୍ଦୁଳ ଠାକୁର (୪-୦-୩୪-୪)ଙ୍କ ଘାତକ ବୋଲିଂକୁ ସାମ୍ନା କରି ନପାରି ଏହି ଦଳ ୧୯୦/୯ରେ ଅଟିକି ଯାଇଥିଲା।

ଆରମ୍ଭରୁ ୧୫ ରନ୍‌ରେ ୨ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା ଘରୋଇ ଦଳ। ହେଲେ ଟ୍ରାଭିସ୍‌ ହେଡ୍‌, ଅନିକେତ ବର୍ମା, ନୀତୀଶ କୁମାର ରେଡ୍ଡୀ, ହେନରିକ୍‌ କ୍ଲାସେଁ ଓ ପ୍ୟାଟ୍‌ କମିନ୍ସ ଉପଯୋଗୀ ପାଳି ଖେଳିବାରୁ ଦଳ ୨୦୦ ରନ୍‌ର ନିକଟତର ହୋଇପାରିଥିଲା।

ସଂକ୍ଷିପ୍ତ ସ୍କୋର୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ-୧୯୦/୯ (ଟ୍ରାଭିସ ହେଡ୍‌ ୪୭, ଅନିକେତ ବର୍ମା ୩୬, ନୀତୀଶ କୁମାର ରେଡ୍ଡୀ ୩୨, ହେନରିକ୍‌ କ୍ଲାସେଁ ୨୬, ପ୍ୟାଟ୍‌ କମିନ୍ସ ୧୮, ଶାର୍ଦୁଳ ଠାକୁର ୪/୩୪)। ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ୧୬.୧ ଓଭରରେ-୧୯୩/୫ (ନିକୋଲାସ ପୂରନ ୭୦, ମିଚେଲ ମାର୍ସ ୫୨, ଅବ୍‌ଦୁଲ ସମଦ ୨୨*, ପ୍ୟାଟ୍‌ କମିନ୍ସ ୨/୨୯)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+