ଝିଅର ଅଲିମ୍ପିକ୍ସ ଯାାତ୍ରା ଗାଁକୁ ଦେଲା ନୂଆ ରାସ୍ତା
ଏହି ଅଲମ୍ପିଆନଙ୍କ ଗାଁକୁ ଯିବାକୁ ଥିବା ରାସ୍ତାର ଅବସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିଲା । ମାତ୍ର ଲଭଲିନା ବୋର୍ଗୋହେନ୍ ପଦକ ପକ୍କା କରିବା ପରେ ଆରମ୍ଭ ହୋଇଛି ତାଙ୍କ ଗାଁର ରାସ୍ତା ମରାମତି କାମ ।
ଆସାମ: ଟୋକିଓ ଅଲିମ୍ପିକ୍ସରେ ବକ୍ସର ଲଭଲିନା ବୋର୍ଗୋହେନ୍ ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି। ଚାଇନାର ତାଇପେଇର ନିଏନ୍-ଚିନ୍ ଚେନଙ୍କୁ ପରାସ୍ତ କରିବା ପରେ ସେ ଜୁଲାଇ 30 ରେ ମହିଳା ୱେଲଟରୱେଟ୍ ବର୍ଗରେ ବ୍ରୋଞ୍ଜ ପଦକ ପକ୍କା କରିଥିଲେ। ସେ ସ୍ୱର୍ଣ୍ଣ ପଦକ ହାସଲ କରିବାକୁ ବୁଧବାର (ଅଗଷ୍ଟ 4) ରେ ସେମିଫାଇନାଲରେ ମୁକାବିଲା କରିବେ। ବକ୍ସିଂ ହେଉଛି ଏକମାତ୍ର ଖେଳ ଯେଉଁଠାରେ ସେମିଫାଇନାଲରେ ହାରିବା କିମ୍ବା ବିଜୟ ହେଉ, ଖେଳାଳିଙ୍କ ବ୍ରୋଞ୍ଜ ପଦକ ନିଶ୍ଚିତ ହୋଇଛି ।

ତେବେ ଆଶ୍ଚର୍ଯ୍ୟର କଥା ହେଲା, ଏହି ଅଲମ୍ପିଆନଙ୍କ ଗାଁକୁ ଯିବାକୁ ଥିବା ରାସ୍ତାର ଅବସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିଲା । ମାତ୍ର ଲଭଲିନା ବୋର୍ଗୋହେନ୍ ପଦକ ପକ୍କା କରିବା ପରେ ଆରମ୍ଭ ହୋଇଛି ତାଙ୍କ ଗାଁର ରାସ୍ତା ମରାମତି କାମ । ଆସାମର ଗୋଲଘାଟ ଜିଲ୍ଲାର ବାରୋମୁଥିଆ ଗାଁର ଲଭଲିନା ବୋର୍ଗୋହେନଙ୍କ ଘର । ଏହି ଗାଁର ରାସ୍ତ ଅବସ୍ଥା ଅତ୍ୟନ୍ତ ଖରାପ। ରାସ୍ତାଟି ବର୍ଷାରେ ଅଧିକାଂଶ ସମୟରେ ଧୋଇଯାଏ । ଫଳରେ ଯାତାୟତ ଅସୁବିଧା ହୁଏ । କିନ୍ତୁ ବର୍ତ୍ତମାନ ଆସାମ ସରକାର ଚାହୁଁନାହାଁନ୍ତି ଯେ ଦେଶର ପଦକ ବିଜେତା ଲଭଲିନା ଘରକୁ ଫେରିବା ବାଟରେ କାଦୁଅ ନ ରହୁ । ଫଳରେ ସ୍ଥାନୀୟ ବିଧାୟକ ବିଶ୍ୱଜିତ୍ ଫୁକାନ୍ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ରାସ୍ତ ନିର୍ମାଣ କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି ।












Click it and Unblock the Notifications