ଟୋକିଓ ଅଲିମ୍ପିକ୍ସ: ବାପାଙ୍କ ଚାଷ ଜମିରୁ ବ୍ରୋଞ୍ଜ ପଦକ; ପଢନ୍ତୁ, ଲଭଲିନାଙ୍କ ପ୍ରେରଣାଦାୟୀ ଯାତ୍ରା

ଆସାମର ଏହି 23 ବର୍ଷୀୟା ଯୋଦ୍ଧା ଏହି ଗାଁରୁ ବକ୍ସର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଆଉ ଆଜି ଟୋକିଓ ଅଲିମ୍ପିକ୍ସରେ ତୁର୍କୀର ତଥା ବିଶ୍ୱ ଚାମ୍ପିଅନ୍ ବୁସେନାଜ୍ ସୁରମେନେଲିଙ୍କ ବିପକ୍ଷରେ 69 କିଲୋଗ୍ରାମ ମହିଳା ବକ୍ସିଂ ସେମିଫାଇନାଲ ପରାଜତି ହୋଇ ବ୍ରୋଞ୍ଜ ପ

ଗୌହାଟି: ଆଶ୍ଚର୍ଯ୍ୟର କଥା, କିଛି ସପ୍ତାହ ପୂର୍ବରୁ ଆସାମର ଗୋଲାଘାଟ ଜିଲ୍ଲାର ବାରୋମୁଖିଆ ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିଲା । ଗାଁ ଭିତରକୁ ଯିବା ପାଇଁ ହେଲେ ଏକ କାଦୁଅ ଏବଂ ପଥୁରିଆ ରାସ୍ତା ଦେଇ ଯିବାକୁ ପଡୁଥିଲା । ମାତ୍ର ଏହି ରାସ୍ତା ଏବେ ଚକାଚକ୍ । କାହିଁକି ଜାଣିଛନ୍ତି ? କାରଣ ଏହି ଗାଁ ହେଉଛି ଟୋକିଓ ଅଲମ୍ପିକ୍ସ ବ୍ରୋଞ୍ଜ କୁଇନ ଲଭଲିନା ବୋର୍ଗୋହେନ୍ ଗାଁ ।

Lovlina Borgohain

ଆସାମ ରାଜଧାନୀ ଠାରୁ ପ୍ରାୟ 320 କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ । ବିକାଶ ସହିତ ବାରୋମୁଖିଆର ସମ୍ପର୍କ କେବଳ ରାଜନେତାଙ୍କ ଆଶ୍ୱାସନାରେ ସୀମିତ । ମାତ୍ରା ଏବେ ଗାଁର ଚିତ୍ର ବଦଳୁଛି । ଟୋକିଓ ଅଲିମ୍ପିକ୍ସରେ ଲଭଲିନାଙ୍କ ବୀରତ୍ୱର କିଛି ଘଣ୍ଟା ପରେ ଗାଁ ଏବେ କଂକ୍ରିଟ୍ ରାସ୍ତା ସହିତ ସଂଯୁକ୍ତ ହୋଇଛି ।

ଆସାମର ଏହି 23 ବର୍ଷୀୟା ଯୋଦ୍ଧା ଏହି ଗାଁରୁ ବକ୍ସର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଆଉ ଆଜି ଟୋକିଓ ଅଲିମ୍ପିକ୍ସରେ ତୁର୍କୀର ତଥା ବିଶ୍ୱ ଚାମ୍ପିଅନ୍ ବୁସେନାଜ୍ ସୁରମେନେଲିଙ୍କ ବିପକ୍ଷରେ 69 କିଲୋଗ୍ରାମ ମହିଳା ବକ୍ସିଂ ସେମିଫାଇନାଲ ପରାଜିତ ହୋଇ ବ୍ରୋଞ୍ଜ ପଦକ ହାତେଇଛନ୍ତି । ଲଭଲିନା ତାଙ୍କ ପଦକର ରଙ୍ଗ ପରିବର୍ତ୍ତନ କରିବାରେ ବିଫଳ ହୋଇଥିଲେ। କିନ୍ତୁ ଅଲମ୍ପିକ୍ସ ବକ୍ସିଂରେ ପଦକ ଜିତିବାରେ ବିଜୟନ୍ଦର ସିଂ (2008) ଏବଂ ଏମସି ମେରିକମ (2012) ଙ୍କ ପରେ ସେ ତୃତୀୟ ଭାରତୀୟ ବକ୍ସର ହୋଇଛନ୍ତି ।

ବ୍ରୋଞ୍ଜ ବଜୟିନୀ ଧାନ କ୍ଷେତରେ ମଧ୍ୟ କାମ କରିଛନ୍ତି

ଗତବର୍ଷ ଲକଡାଉନ ସମୟରେ ଲଭଲିନା ତାଙ୍କ ବାପା ଟିକେନ୍ ବୋର୍ଗୋହେନ ଙ୍କୁ ଧାନ କ୍ଷେତରେ ସାହାଯ୍ୟ କରୁଥିଲେ। "ଧାନ କ୍ଷେତରେ କାମ କରିବା ତାଙ୍କ ପାଇଁ ନୂଆ କଥା ନୁହେଁ। ସେ ଦୀର୍ଘ ଦିନ ଧରି ଏହା କରିଆସୁଛନ୍ତି । ଆମେ ଏହା ନକରିବାକୁ କହିଛୁ କିନ୍ତୁ ଲଭଲିନା କୁହେ ଯେ, ଏହା ତାକୁ ତାର ମାଟି ମା ସହ ଯୋଡି ରଖିବାରେ ସାହାଯ୍ୟ କରେ " ବୋଲି ଲଭଲିନାଙ୍କ ବାପା କହିଛନ୍ତି ।

ଲୋଭଲିନାଙ୍କ ଯାତ୍ରା ପ୍ରେରଣାଦାୟକ ନିଶ୍ଚିତ

ଗତ ବର୍ଷ ଜୁଲାଇରେ ଯେତେବେଳେ ତାଙ୍କର ଅଧିକାଂଶ ସହଯୋଗୀ ପଟିଆଲାସ୍ଥିତ ଜାତୀୟ ଶିବିରରେ ପହଞ୍ଚିଥିଲେ, ଲଭଲିନା ତାଙ୍କ ମାଙ୍କ କିଡନୀ ପ୍ରତିରୋପଣ କରିଥିଲେ। ଜାତୀୟ ଶିବିରରେ ଅଭ୍ୟାସ କରିବା ସମୟରେ ଅନେକ ଥର ତାଙ୍କୁ ମାଙ୍କ ପାଖକୁ ଆସିବାକୁ ପଡୁଥିଲା । ଶେଷରେ ଅଲିମ୍ପିକ୍ ଯୋଗ୍ୟତା ମ୍ୟାଚ ଖେଳିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ସେ କୋଭିଡ ପଜିଟିଭି ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+