ଲୋକସଭା ନିର୍ବାଚନ ୨୦୨୪: ମହିଳାଙ୍କ ମଙ୍ଗଳସୂତ୍ର ଉପରେ ଏବେ ତାଙ୍କର ନଜର, କଂଗ୍ରେସର ଇସ୍ତାହାର ନେଇ ବର୍ଷିଲେ ମୋଦି

ନିର୍ବାଚନୀ ଇସ୍ତାହାରକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମ‌ୋଦୀ । ମୋଦି କହିଛନ୍ତି, ଗତଥର ମୁଁ ଆଲିଗଡ଼ ଆସିଥିବାବେଳେ ଆପଣମାନଙ୍କୁ କଂଗ୍ରେସ ଓ ସମାଜବାଦୀ ପାର୍ଟିର ପରିବାରବାଦ, ଦୁର୍ନୀତି, ତୁଷ୍ଟିକରଣ ଫ୍ୟାକ୍ଟ୍ରିରେ ତାଲା ଲଗାଇବାକୁ ଅନୁରୋଧ କରିଥିଲି । ଆପଣ ଏଭଳି ମଜବୁତ ତାଲା ଲଗାଇଥିଲେ ଯାହା ଦ୍ବାରା ଦୁଇ ରାଜପୁତ୍ର ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କୁ ଆଜି ପର୍ଯ୍ୟନ୍ତ ତାହାର ଚାବି ମିଳିନାହିଁ ।

ଅଲୀଗଡ଼ରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମଙ୍ଗଳସୂତ୍ର ବୟାନକୁ ରିପିଟ କରିଛନ୍ତି । କଂଗ୍ରେସ ଆଇନରେ ପରିବର୍ତ୍ତନ କରି ମହିଳାମାନଙ୍କ ଅଳଙ୍କାର ନେଇଯିବ ବୋଲି ମୋଦି କହିଛନ୍ତି । ସେ କହିଛନ୍ତି, "ଦରମା ପାଉଥିବା ବ୍ୟକ୍ତି କେତେ ଟଙ୍କାର ସ୍ଥାୟୀ ଜମା କରିଛନ୍ତି, ତା'କୁ ସେମାନେ ଜାଣିବାକୁ ଚାହୁଁଛନ୍ତି । କେତୋଟି ଗାଡ଼ିର ମାଲିକ ଓ କେତେ ଜମି ରହିଛି, ସେକଥା ମଧ୍ୟ ସେମାନେ ହିସାବ କରିବେ ।

lok sabha election 2024

ଇଣ୍ଡିଆ ମେଣ୍ଟ ଏବଂ କଂଗ୍ରେସର ନଜର ଆପଣମାନଙ୍କ ଆୟ ଉପରେ ରହିଛି। ଆପଣମାନଙ୍କର ସମ୍ପତ୍ତି ଉପରେ ରହିଛି। କଂଗ୍ରେସ ରାଜପୁତ୍ର କହୁଛନ୍ତି ତାଙ୍କ ସରକାର ଆସିଲେ କିଏ କେତେ ଆୟ କରୁଛି, କାହା ପାଖରେ କେତେ ସମ୍ପତ୍ତି ଅଛି ତାହାର ଯାଞ୍ଚ୍ କରାଯିବ ।

ଇଣ୍ଡିଆ ମେଣ୍ଟ ନିରାଶରେ ବୁଡ଼ି ଯାଇଛି । ବିଜେପି ସରକାର ଗତ ୧୦ ବର୍ଷ ମଧ୍ୟରେ ଯାହା କରିଛନ୍ତି ତାହା କେବଳ ଟ୍ରେଲର ଏବେ ପୂରା ଫିଲ୍ମ ବାକି ରହିଛି । ଆମକୁ ପୁଣି ବହୁତ କାମ କରିବାକୁ ଅଛି ବୋଲି ମୋଦି କହିଛନ୍ତି ।

କଂଗ୍ରେସ ଦେଶବ୍ୟାପୀ ସାମାଜିକ-ଅର୍ଥନୀତିକ ଓ ଜାତିଭିତ୍ତିକ ଜନଗଣନା କରି ତଥ୍ୟ ସଂଗ୍ରହ କରିବ ଓ ଏହାପରେ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କହିଥିବାରୁ ଏହାକୁ ସମାଲୋଚନା କରି ମୋଦି ଏପରି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+