ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ୍‌ : ଫାଇନାଲ୍‌ରେ ସଦର୍ଣ୍ଣ ସୁପର ଷ୍ଟାର୍ସଠୁ ହାରିଲା କୋଣାର୍କ ସୂର୍ଯ୍ୟାସ ଓଡ଼ିଶା

ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ୍‌ (LLC) ପଦାର୍ପଣରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଫାଇନାଲ ମ୍ୟାଚ ହାରିଯାଇଛି। ବୁଧବାର ଶ୍ରୀନଗରସ୍ଥିତ ବକ୍ସି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ଏହି ଓଡ଼ିଶା ଦଳ ସୁପର ଓଭରରେ ସଦର୍ଣ୍ଣ ସୁପର ଷ୍ଟାର୍ସଠୁ ହାରିଯାଇଛି। ସୁପର ଓଭରରେ ଓଡ଼ିଶା ୧୩/୧ କରିଥିଲା ବେଳେ ସଦର୍ଣ୍ଣ ଗୋଟିଏ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା।

୧୬୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇର୍ଫାନ ପଠାନଙ୍କ ନେତୃତ୍ବାଧୀନ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୬୪ ରନ୍‌ କରି ମ୍ୟାଚ୍‌କୁ ଟାଇରେ ରଖିଥିଲା। ଗୋଟିଏ ପଟେ ୱିକେଟ୍‌ ଝଡ଼ୁଥିଲା ବେଳେ ୟୁସୁଫ ପଠାନ (୮୫, ୩୮ ବଲ୍‌, ୬ ଚୌକା, ୮ ଛକା) ବିସ୍ଫୋରକ ପାଳି ଖେଳିବାରୁ ଦଳ ବିଜୟର ନିକଟତର ହୋଇଥିଲା। ଶେ‌ଷ ବଲ୍‌ରେ ୨ ରନ୍‌ ଥିଲା ବେଳେ ୟୁସୁଫ୍‌ ସ୍କୋୟାର ଲେଗ୍‌କୁ ମାରି ୨ ରନ୍‌ ନେବାକୁ ଚେ‌ଷ୍ଟା କରୁଥିଲା ବେଳେ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ତେଣୁ ଫଳାଫଳ ଲାଗି ମ୍ୟାଚ୍‌ ସୁପର ଓଭରକୁ ଯାଇଥିଲା।

LLC 2024 Final

ପୂର୍ବରୁ ଓଡ଼ିଶା ଦଳ ଟସ୍‌ ଜିତି କେଦାର ଯାଦବଙ୍କ ନେତୃତ୍ବାଧୀନ ସଦର୍ଣ୍ଣ ସୁପର ଷ୍ଟାର୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ମ୍ୟାଚ୍‌ର ଚତୁର୍ଥ ବଲ୍‌ରେ ଖାତା ଖୋଲିବା ପୂର୍ବରୁ ଶ୍ରୀବତ୍ସ ଗୋସ୍ବାମୀଙ୍କୁ ଦିବେଶ ପଠାନିଆ ଆଉଟ୍‌ କରି ଓଡ଼ିଶାକୁ ସଫଳତା ଦେଇଥିଲେ। ହେଲେ ଦ୍ବିତୀୟ ୱିକେଟ୍‌ରେ ମାର୍ଟିନ ଗପ୍ଟିଲ ଓ ହାମିଲଟନ ମାସ୍‌କାଜା ୭୬ ରନ୍‌ର ଭାଗୀଦାରି ଗଢ଼ି ପାଳି ସମ୍ଭାଳି ନେଇଥିଲେ। ଗପ୍ଟିଲ ୨୩ ରନ୍‌ରେ ଆଉଟ୍‌ ହେବାପରେ ମାସ୍‌କାଜା (୮୩) ଓ ପବନ ନେଗୀ (୩୩) ତୃତୀୟ ୱିକେଟ୍‌ରେ ୬୮ ରନ୍‌ ଯୋଡ଼ି ଦଳକୁ ବଡ଼ ସ୍କୋର୍‌ ଦିଗରେ ନେଇଥିଲେ। ଶେ‌ଷ ଓଭରରେ ମାତ୍ର ୧ ରନ୍‌ରେ ୩ ୱିକେଟ୍‌ ହରାଇବାରୁ ଦଳ ୧୬୪/୬ରେ ଅଟକିଥିଲା। ଶେଷ ୪ ୱିକେଟ୍‌ ଦିଲସାନ ମୁନାବୀରା ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+