Get Updates
Get notified of breaking news, exclusive insights, and must-see stories!

ଜାଣନ୍ତି କି, ଅଲିମ୍ପିକରେ ଏପର୍ଯ୍ୟନ୍ତ କେତୋଟି ପଦକ ଜିତିଛି ଭାରତ ? ଦେଖନ୍ତୁ, ପୁରା ତାଲିକା...

1900 ଅଲିମ୍ପିକ୍ସରେ ନରମାନ ରିଚାର୍ଡଙ୍କ ପୁରୁଷ 200 ମିଟର ଦୌଡ଼ରେ ରୌପ୍ୟ ପଦକଠୁ ଠାରୁ ଆରମ୍ଭ କରି ଭାରତ ଏପର୍ଯ୍ୟନ୍ତ 28 ଟି ପଦକ ଜିତିଛି ।

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଆଥଲେଟ୍ସଙ୍କୁ ଉତ୍ସାହିତ କରିଛନ୍ତି। ବିଶ୍ୱରେ କ୍ରୀଡା ପ୍ରତିଯୋଗିତାର ଏହି ମହାକୁମ୍ଭ 23 ଜୁଲାଇରୁ 8 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ 100 ରୁ ଅଧିକ ଭାରତୀୟ ଆଥଲେଟ୍ ଯୋଗ୍ୟତା ଅର୍ଜନ କରିଛନ୍ତି ଏବଂ ଅନ୍ତିମ ସଂଖ୍ୟା 120 ରୁ 130 ପର୍ଯ୍ୟନ୍ତ ହୋଇପାରେ। 1900 ଅଲିମ୍ପିକ୍ସରେ ନରମାନ ରିଚାର୍ଡଙ୍କ ପୁରୁଷ 200 ମିଟର ଦୌଡ଼ରେ ରୌପ୍ୟ ପଦକଠୁ ଠାରୁ ଆରମ୍ଭ କରି ଭାରତ ଏପର୍ଯ୍ୟନ୍ତ 28 ଟି ପଦକ ଜିତିଛି । 2016 ଅଲିମ୍ପିକ୍ସରେ ଭାରତର ଶେଷ ପଦକ ଥିଲା ଯେତେବେଳେ ପିଭି ସିନ୍ଧୁ ଏବଂ ସାକ୍ସି ମଲିକ୍ ଯଥାକ୍ରମେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ ।

Indias Olympics Medals

ନଜର ପକାନ୍ତୁ, ଅଲମ୍ପିକରେ ଭାରତର ପଦକ ତାଲିକା ଉପରେ...

  • 1900 ପ୍ୟାରିସ୍ ଅଲିମ୍ପିକ୍ସ: ନରମାନ୍ ପ୍ରିଚାର୍ଡ- ରୌପ୍ୟ ପଦକ, ଆଥଲେଟିକ୍ସ ପୁରୁଷ 200 ମିଟର
  • 1900 ପ୍ୟାରିସ୍ ଅଲିମ୍ପିକ୍ସ: ନରମାନ୍ ପ୍ରିଚାର୍ଡ- ରୌପ୍ୟ, ଆଥଲେଟିକ୍ସ ପୁରୁଷ 200 ମିଟର ହର୍ଡଲ୍ସ
  • 1928 ଆମଷ୍ଟରଡାମ୍ ଅଲିମ୍ପିକ୍ସ: ପୁରୁଷ ହକି ଦଳ- ସ୍ୱର୍ଣ୍ଣ ପଦକ, ଫିଲ୍ଡ ହକି ପୁରୁଷ ପ୍ରତିଯୋଗିତା
  • 1932 ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ: ପୁରୁଷ ହକି ଦଳ- ସ୍ୱର୍ଣ୍ଣ, ଫିଲ୍ଡ ହକି ପୁରୁଷ ପ୍ରତିଯୋଗିତା
  • 1936 ବର୍ଲିନ୍ ଅଲିମ୍ପିକ୍ସ: ପୁରୁଷ ହକି ଦଳ- ସ୍ୱର୍ଣ୍ଣ, ଫିଲ୍ଡ ହକି ପୁରୁଷ ପ୍ରତିଯୋଗିତା
  • 1948 ଲଣ୍ଡନ ଅଲିମ୍ପିକ୍ସ: ପୁରୁଷ ହକି ଦଳ- ସ୍ୱର୍ଣ୍ଣ, ଫିଲ୍ଡ ହକି ପୁରୁଷ ପ୍ରତିଯୋଗିତା
  • 1952 ହେଲସିଙ୍କି ଅଲିମ୍ପିକ୍ସ: ପୁରୁଷ ହକି ଦଳ- ସ୍ୱର୍ଣ୍ଣ, ଫିଲ୍ଡ ହକି ପୁରୁଷ ପ୍ରତିଯୋଗିତା
  • 1952 ହେଲସିଙ୍କି ଅଲିମ୍ପିକ୍ସ: ଖାସାବା ଦାଦାସାହେବ ଯାଦବ- ବ୍ରୋଞ୍ଜ - ରେସଲିଂ ପୁରୁଷ ଫ୍ରିଷ୍ଟାଇଲ
  • 1956 ମେଲବୋର୍ଣ୍ଣ ଅଲିମ୍ପିକ୍ସ: ପୁରୁଷ ହକି ଦଳ- ସ୍ୱର୍ଣ୍ଣ, ଫିଲ୍ଡ ହକି ପୁରୁଷ ପ୍ରତିଯୋଗିତା
  • 1960 ରୋମ ଅଲିମ୍ପିକ୍ସ: ପୁରୁଷ ହକି ଦଳ- ରୌପ୍ୟ, ଫିଲ୍ଡ ହକି ପୁରୁଷ ପ୍ରତିଯୋଗିତା
  • 1964 ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକି ଦଳ- ସ୍ୱର୍ଣ୍ଣ, ଫିଲ୍ଡ ହକି ପୁରୁଷ ପ୍ରତିଯୋଗିତା
  • 1968 ମେକ୍ସିକୋ ସିଟି: ପୁରୁଷ ହକି ଦଳ- ବ୍ରୋଞ୍ଜ, ଫିଲ୍ଡ ହକି ପୁରୁଷ ପ୍ରତିଯୋଗିତା
  • 1972 ମ୍ୟୁନିଚ ଅଲିମ୍ପିକ୍ସ: ପୁରୁଷ ହକି ଦଳ- ବ୍ରୋଞ୍ଜ, ଫିଲ୍ଡ ହକି ପୁରୁଷ ପ୍ରତିଯୋଗିତା
  • 1980 ମସ୍କୋ ଅଲିମ୍ପିକ୍ସ: ପୁରୁଷ ହକି ଦଳ- ସ୍ୱର୍ଣ୍ଣ, ଫିଲ୍ଡ ହକି ପୁରୁଷ ପ୍ରତିଯୋଗିତା
  • 1996 ଆଟଲାଣ୍ଟା ଅଲିମ୍ପିକ୍ସ: ଲିଆଣ୍ଡର ପେସ୍- ବ୍ରୋଞ୍ଜ, ଟେନିସ୍ ପୁରୁଷ ସିଙ୍ଗଲ୍ସ
  • 2000 ସିଡନୀ ଅଲିମ୍ପିକ୍ସ: କର୍ଣ୍ଣମ ମଲେସ୍ୱରୀ- ବ୍ରୋଞ୍ଜ, ଭାରୋତ୍ତୋଳନ ମହିଳା 69 କିଲୋଗ୍ରାମ
  • 2004 ଏଥେନ୍ସ ଅଲିମ୍ପିକ୍ସ: ରାଜୀବର୍ଦ୍ଧନ ସିଂ ରାଠୋର- ରୌପ୍ୟ, ଶୁଟିଂ ପୁରୁଷ ଡବଲ୍ ଟ୍ରାପ୍
  • 2008 ବେଜିଂ ଅଲିମ୍ପିକ୍ସ: ଅଭିନାଭ ବିନ୍ଦ୍ରା- ସ୍ୱର୍ଣ୍ଣ, ପୁରୁଷ 10 ମିଟର ଏୟାର ରାଇଫଲ
  • 2008 ବେଜିଂ ଅଲିମ୍ପିକ୍ସ: ବିଜୟନ୍ଦର ସିଂ-ବ୍ରୋଞ୍ଜ ବକ୍ସିଂ ମିଡିଲୱେଟ୍
  • 2008 ବେଜିଂ ଅଲିମ୍ପିକ୍ସ: ସୁଶୀଲ କୁମାର- ବ୍ରୋଞ୍ଜ, ରେସଲିଂ ପୁରୁଷ ଫ୍ରିଷ୍ଟାଇଲ 66 କିଲୋଗ୍ରାମ
  • 2012 ଲଣ୍ଡନ ଅଲିମ୍ପିକ୍ସ: ବିଜୟ କୁମାର- ସିଲଭର, ଶୁଟିଂ ପୁରୁଷ 25 ରାପିଡ୍ ଫାୟାର ପିସ୍ତଲ
  • 2012 ଲଣ୍ଡନ ଅଲିମ୍ପିକ୍ସ: ସୁଶୀଲ କୁମାର- ରୌପ୍ୟ, ରେସଲିଂ ପୁରୁଷ ଫ୍ରିଷ୍ଟାଇଲ 66 କିଲୋଗ୍ରାମ
  • 2012 ଲଣ୍ଡନ ଅଲିମ୍ପିକ୍ସ: ସାଇନା ନେହୱାଲ- ବ୍ରୋଞ୍ଜ, ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ
  • 2012 ଲଣ୍ଡନ ଅଲିମ୍ପିକ୍ସ: ମେରି କୋମ- ବ୍ରୋଞ୍ଜ, ବକ୍ସିଂ ମହିଳା ଫ୍ଲାଏୱେଟ୍
  • 2012 ଲଣ୍ଡନ ଅଲିମ୍ପିକ୍ସ: ଗଗନ ନାରଙ୍ଗ- ବ୍ରୋଞ୍ଜ, ପୁରୁଷ 10 ମିଟର ଏୟାର ରାଇଫଲ ଶୁଟିଂ
  • 2012 ଲଣ୍ଡନ ଅଲିମ୍ପିକ୍ସ: ଯୋଗେଶ୍ୱର ଦତ୍ତ- ବ୍ରୋଞ୍ଜ, ରେସଲିଂ ପୁରୁଷ ଫ୍ରିଷ୍ଟାଇଲ 60 କିଲୋଗ୍ରାମ
  • 2016 ରିଓ ଅଲିମ୍ପିକ୍ସ: ପିଭି ସିନ୍ଧୁ- ସିଲଭର ବ୍ୟାଡମିଣ୍ଟନ୍ ମହିଳା ସିଙ୍ଗଲ୍ସ
  • 2016 ରିଓ ଅଲିମ୍ପିକ୍ସ: ସାକ୍ସି ମଲିକ୍- ବ୍ରୋଞ୍ଜ୍ ରେସଲିଂ ମହିଳା ଫ୍ରିଷ୍ଟାଇଲ୍ 58 କିଲୋଗ୍ରାମ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+