ଆଜିଠୁ ବାରବାଟୀରେ ଲିଜେଣ୍ଡସ ଲିଗ୍ ମ୍ୟାଚ୍
ଆଜିଠୁ କଟକର ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡସ କ୍ରିକେଟ୍ ଲିଗ୍ ମ୍ୟାଚ୍ । ପ୍ରଥମ ଦିନରେ ମୁହାଁମୁହିଁ ହେବେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ । ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମ୍ୟାଚ୍ ।
କଟକ: ଆଜିଠୁ କଟକର ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡସ କ୍ରିକେଟ୍ ଲିଗ୍ ମ୍ୟାଚ୍ । ପ୍ରଥମ ଦିନରେ ମୁହାଁମୁହିଁ ହେବେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ । ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମ୍ୟାଚ୍ । ସେହିପରି ୨୭ ତାରିଖରେ ଗୁଜରାଟ ଜ୍ୟାଣ୍ଟ୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ ଖେଳାଯିବ ।

ପୁରୁଖା ଖେଳାଳି ଇରଫାନ ପଠାନ, ୟୁସୁଫ ପଠାନ, ଏସ୍ . ଶ୍ରୀସନ୍ଥ, ସେନ୍ ଓ୍ୱାଟସନ, ହରଭଜନ ସିଂ, ବ୍ରେଟ ଲି, ମହମ୍ମଦ କୈଫ ଓ ମୁଥୟା ମୂରଲୀଧରନଙ୍କ ପରି ଖେଳାଳି ଓଡ଼ିଶା ଆସିଛନ୍ତି । ବାରବାଟୀରେ ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତିନୋଟି ଲିଗ୍ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଅକ୍ଟୋବର ୫ରେ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍ ଟି-ଟ୍ବେଣ୍ଟି ଫାଇନାଲ୍ ମ୍ୟାଚ ଖେଳାଯିବ। .
ଗତକାଲି ଉଭୟ ଟିମ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ । ଆଜି କଡ଼ା ସୁରକ୍ଷା ଭିତରେ ହୋଟେଲ ମେ ଫେୟାରରୁ ଖେଳାଳିଙ୍କୁ ବାରବାଟୀ ନିଆଯିବ । ମ୍ୟାଚ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଲିଜେଣ୍ଡସ୍ କ୍ରିକେଟର । ସମସ୍ତ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଲେଖାଥିବା ଜର୍ସି ପ୍ରଦାନ କରିଛନ୍ତି । ଏହା ସହିତ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।












Click it and Unblock the Notifications