ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନାଲ୍ ମେସୀ, ମମତା ବାନାର୍ଜୀ ଓ ଶାହାରୁଖ ଖାନଙ୍କୁ କରିବେ ସାକ୍ଷାତ
ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍ ମେସି । ତିନି ଦିନିଆ ଭାରତ ଗସ୍ତରେ ଲିଓନେଲ୍ ମେସୀ ଆସିଥିବା ବେଳେ କଲକାତା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ମେସୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଶାହାରୁଖ ଖାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ମେସି ଡିସେମ୍ବର ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ, କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ ଚାରୋଟି ଭିନ୍ନ ଭିନ୍ନ ସହର ପରିଦର୍ଶନ କରିବେ। ତାଙ୍କର ଏହି ଗସ୍ତକୁ 'GOAT ଇଣ୍ଡିଆ ଟୁର୍' ବୋଲି ନାମ ଦିଆଯାଇଛି।

ଏହି ଗସ୍ତ ସମୟରେ, ମେସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଏବଂ ଦେଶର ଅନେକ ମୁଖ୍ୟମନ୍ତ୍ରୀ ସମେତ ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ମଧ୍ୟ ଭେଟିବେ। ଏହା ବ୍ୟତୀତ, ତାଙ୍କ ଦୀର୍ଘକାଳୀନ ସାଥୀ ଏବଂ ସୁପରଷ୍ଟାର ଫୁଟବଲ୍ ଖେଳାଳି ଲୁଇସ୍ ସୁଆରଜେ ଏବଂ ବିଶ୍ୱକପ୍ ବିଜେତା ରୋଡ୍ରିଗୋ ଡି ପଲ୍ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।












Click it and Unblock the Notifications