୫୨ ବର୍ଷରେ ପାଦ ଥାପିଲେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର
୫୨ ବର୍ଷରେ ପାଦ ଥାପିଲେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର । ସେ ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୯ ମସିହା ନଭେମ୍ବର ୧୫ ତାରିଖରେ ପାକିସ୍ତାନ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ ସଚିନ ତେନ୍ଦୁଲକର ।

୨୩ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅରରେ ସଚିନ ୬୬୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୪ ହଜାର ୩୫୭ ରନ୍ କରିଛନ୍ତି । ଖାଲି ବ୍ୟାଟିଂ ନୁହେଁ ବୋଲିଂରେ କମାଲ କରିଥିଲେ ସଚିନ ତେନ୍ଦୁଲକର । ତାଙ୍କ ନାମରେ ୨୦୧ ଅନ୍ତର୍ଜାତୀୟ ୱିକେଟ୍ ରହିଛି । ଏହାଛଡ଼ା ୨୦୧୧ ଦିନିକିଆ ବିଶ୍ୱକପ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିଥିଲେ ସଚିନ ତେନ୍ଦୁଲକର । ନିଜ କ୍ୟାରିଅରରେ ଅନେକ ରେକର୍ଡ ନିଜ ନାଁରେ କହିଛନ୍ତି ସଚିନ । କିନ୍ତୁ କିଛି ଏଭଳି ରେକର୍ଡ ରହିଛି ଯାହା ଅନ୍ୟ କେହି କ୍ରିକେଟର ଭାଙ୍ଗିବା ସହଜ ହେବନି ।
ସଚିନଙ୍କୁ କ୍ରିକେଟ ଜଗତର ଭଗବାନ କୁହାଯାଏ । ୨୦୧୨ରେ ସେ ଶେଷ ଥର ପାଇଁ ପାକିସ୍ତାନ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିଥିଲେ । ୨୨ ବର୍ଷ ଯାଏଁ ଦିନିକିଆ କ୍ରିକେଟ ଖେଳିଥିବା ଏକ ମାତ୍ର କ୍ରିକେଟର ହେଉଛନ୍ତି ସଚିନ ତେନ୍ଦୁଲକର । ୨୨ ବର୍ଷ ୯୧ ଦିନ ଧରି ସେ ଦିନିକିଆ ଖେଳିଥିଲେ । ତାଙ୍କ ପରେ ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୂରିୟା ସର୍ବାଧିକ ୨୧ ବର୍ଷ ଯାଏଁ ଦିନିକିଆ କ୍ରିକେଟ ଖେଳିଥିଲେ ।
ସବୁଠାରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା କ୍ରିକେଟର ହେଉଛନ୍ତି ସଚିନ ତେନ୍ଦୁଲକର । ସେ ୪୬୩ଟି ଦିନିକିଆ, ୨୦୦ଟି ଟେଷ୍ଟ ଓ ଗୋଟିଏ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି । ମୋଟ ୬୬୪ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ମାଷ୍ଟରବ୍ଲାଷ୍ଟର ।
ଅନ୍ତର୍ଜାତୀୟ କ୍ରିକେଟ୍ରେ ସବୁଠାରୁ ଅଧିକ ଶତକ ହାସଲ କରିଛନ୍ତି ସଚିନ । ଦିନିକିଆରେ ୪୯ଟି ଶତକ ହାସଲ କରିଥିବା ବେଳେ ଟେଷ୍ଟ୍ରେ ୫୧ଟି ଶତକ ହାସଲ କରିଛନ୍ତି । ଏହାଛଡ଼ା ତାଙ୍କ ନାମରେ ୧୭୭ଟି ଅନ୍ତର୍ଜାତୀୟ ଅର୍ଦ୍ଧଶତକ ରହିଛି ।
ସଚିନ ୭୮୨ଟି ପାଳିରେ ୩୪ ହଜାର ୩୫୭ ରନ୍ କରିଛନ୍ତି । ଏହି ରେକର୍ଡକୁ ଭାଙ୍ଗିବା ଅନ୍ୟ କ୍ରିକେଟରଙ୍କ ପାଇଁ ସହଜ ହେବନି । କାରଣ ନିଜ କ୍ୟାରିଅରରେ ଅନେକ ଥର କମ୍ବ୍ୟାକ୍ କରିଥିଲେ ସଚିନ ତେନ୍ଦୁଲକର । ସବୁଥର ନିଜ ବ୍ୟାଟିଂ ଟେକ୍ନିକ୍ରେ ବୋଲରଙ୍କ ଲୟ ବିଗାଡ଼ି ଦେଉଥିଲେ । ଏଣୁ ତାଙ୍କ ପ୍ରଶଂସକ କ୍ରିକେଟ ଜଗତର ଭଗବାନ ଆଖ୍ୟା ଦେଇଛନ୍ତି । ଆଜି ସେହି ଭଗବାନ ୫୨ ବର୍ଷରେ ପାଦ ଥାପିଛନ୍ତି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications