କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କୁ ଅପହରଣ ! ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ୍
Kapil Dev Kidnapped: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ତଥା ପୂର୍ବତନ ଅଧିନାୟକ କପିଳ ଦେବଙ୍କୁ ଅପରହରଣ କରାଯାଉଥିବାର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓଟୁ ମଧ୍ୟ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ତେବେ ଏହି ଭିଡିଓ ଦେଖିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କିଏ ଓ କାହିଁକି କପିଳ ଦେବଙ୍କୁ ଅପହରଣ କରିଛି । ତେବେ ଏହି ଭିଡିଓରେ ସତ୍ୟାସତ୍ୟ ଅଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ଆସନ୍ତୁ ଜାଣିବା...
କପିଲ ଦେବଙ୍କୁ ଦୁଇ ଜଣ ବ୍ୟକ୍ତି ଏକ କୋଠରୀ ଭିତରେ ଜବରଦଖଲ କରୁଛନ୍ତି । ତାଙ୍କ ଦୁଇ ହାତ ତାଙ୍କ ପିଠି ପଛରେ ମୋଟା ଦଉଡିରେ ବନ୍ଧା ହୋଇଥିବାବେଳେ ପାଟିରେ ଏକ କପଡା ବନ୍ଧା ହୋଇଛି । ଯେତେବେଳେ ଉଭୟେ ତାଙ୍କୁ ଭିତରକୁ ନେଉଛନ୍ତି, ଏହି ଚାମ୍ପିଅନ୍ ଖେଳାଳୀ ଆଶ୍ଚର୍ଯ୍ୟ ହୋଇ ପଛକୁ ଚାହିଁଥିବାର ଦେଖାଯାଉଛି ଯେପରି ସେ କିଛି କହିବାକୁ ଚେଷ୍ଟା କରୁଛନ୍ତି ।
Anyone else received this clip, too? Hope it’s not actually @therealkapildev 🤞and that Kapil Paaji is fine! pic.twitter.com/KsIV33Dbmp
— Gautam Gambhir (@GautamGambhir) September 25, 2023
ତେବେ ଭାରତୀୟ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କିପଳ ଦେବଙ୍କ ଅପହରଣର ଏକ ଭିଡିଓ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି । ଭିଡିଓଟି ସେୟାର କରି ଗୌତମ ଗମ୍ଭୀର ଲେଖିଛନ୍ତି, 'ଏହି ଭିଡିଓ ଆଉ କାହାକୁ ମିଳିଛି କି । ଆଶା କରୁଛି ଏହି ଭିଡିଓଟି ସତ ନୁହେଁ କପିଳ ପାଜୀ ସୁରକ୍ଷିତ ଥିବେ ।'
ତେବେ ଏହି ଭିଡିଓ କେଉଁଠୁ ଆସିଲା ସତରେ କଣ କପିଳ ଦେବଙ୍କୁ କେହି ଅପହରଣ କରିଛି ସେ ନେଇ କୌଣସି ସୂଚନା ମିଳିନାହିଁ । ଏହି ଭିଡିଓ ଦେଖି କିଛି ସୋସିଆଲ ମିଡିଆ ୟୁଜର୍ସ ଭିନ୍ନଭିନ୍ନ ମତ ରଖିଛନ୍ତି । ଜଣେ ୟୁଜର୍ସ କହିଛନ୍ତି ଏହି ବିଜ୍ଞାପନ ପାଇଁ ସୁଟିଂ ହୋଇଥିବା ଏକ ଭିଡିଓ ହୋଇପାରେ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଦେଶଭକ୍ତିର ନାରା ଦେଉଛି ପୂର୍ବତନ କ୍ରିକେଟରଙ୍କ ସହ ଏପରି ବିଜ୍ଞାପନ କରୁଛ । ସେହିପରି ଆଉ ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି ଏହା ଏକ ବିଜ୍ଞାପନ ପରି ଲାଗୁଛି ଆଶା କରୁଛି ତାହା ହିଁ ହୋଇଥିବ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications