ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟ ତାରକା ସେନ ୱାର୍ଣଙ୍କ ଦେହାନ୍ତ
ଅଷ୍ଟ୍ରେଲିଆର ମହାନ କ୍ରିକେଟ ଖେଳାଳି ସେନ ୱାର୍ଣଙ୍କ ଆଜି ଦେହାନ୍ତ ହୋଇଯାଇଛି। ଏହି ପ୍ରସିଦ୍ଧ ବୋଲୋରଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି। ୱାର୍ଣଙ୍କୁ ମାତ୍ର 52 ବର୍ଷ ହୋଇଥିଲା। ଥାଇଲାଣ୍ଡରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୱାର୍ଣଙ୍କ ନିଧନରେ କ୍ରିକେଟ ପ୍ରେମୀଙ୍କୁ ଅତ୍ୟନ୍ତ ମର୍ମାହତ କରିଛି। ଭାରତରେ ଲକ୍ଷ ଲକ୍ଷ ଫ୍ୟାନ ଫୋଲୋଅର ଥିବା ସେନ ୱାର୍ଣଙ୍କ ନିଧନ ଯୋଗୁ କ୍ରିକେଟ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି।

ସେନ ୱାର୍ଣଙ୍କ ନିଧନରେ ସଚିନ ତେନ୍ଦୁଲକର, ଭିଭିଏସ ଲକ୍ଷ୍ମଣ, ବିରେନ୍ଦ୍ର ସେହୱ୍ୱାଗ ପ୍ରମୁଖ ଶୋକ ପ୍ରକଟ କରିଛନ୍ତି। ସୂଚନା ଯୋଗ୍ୟରେ ଥାଇଲାଣ୍ଡରେ ନିଜ ଭିଲ୍ଲାରେ ଥିବା ସମୟରେ ସେନ ୱାର୍ଣଙ୍କ ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେଇଥିଲା। ମେଡିକାଲ ଟିମର ସମସ୍ତ ପ୍ରଚେଷ୍ଟା ସତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବପର ହେଲା ନାହିଁ ୱାର୍ଣଙ୍କ ପରିବାର ପକ୍ଷରୁ ସୂଚନା ଦିଆ ଯାଇଛି।
BREAKING
Australia cricket legend, Shane Warne, dies of ‘suspected heart attack’, aged 52.
Details: https://t.co/Q83t5FWzTb pic.twitter.com/YtQkY8Ir8p
— Fox Cricket (@FoxCricket) March 4, 2022












Click it and Unblock the Notifications