କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସିଙ୍କୁ କରୋନା
ଫ୍ରାନ୍ସର ଫୁଟବଲ କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସଜି) ଫରୱାର୍ଡ ଲିଓନେଲ ମେସି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କ ବ୍ୟତୀତ କ୍ଲବର ଆଉ ତିନିଜଣ ଖେଳାଳି ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି।
ନୂଆଦିଲ୍ଲୀ: ଫ୍ରାନ୍ସର ଫୁଟବଲ କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସଜି) ଫରୱାର୍ଡ ଲିଓନେଲ ମେସି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କ ବ୍ୟତୀତ କ୍ଲବର ଆଉ ତିନିଜଣ ଖେଳାଳି ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି। PSG ରବିବାର ଏହି ସୂଚନା ଦେଇଛି । ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଖେଳାଳି ମେସି ଗତ ବର୍ଷ ଅଗଷ୍ଟରେ ଫ୍ରେଞ୍ଚ କ୍ଲବ PSG ରେ ଯୋଗଦେବା ପାଇଁ ତାଙ୍କ ପିଲାଦିନର କ୍ଲବ ବାର୍ସିଲୋନା ଛାଡିଥିଲେ । ଏହି 34 ବର୍ଷୀୟ ଖେଳାଳି କ୍ଲବ ପାଇଁ 16 ଟି ମ୍ୟାଚରେ 6 ଟି ଗୋଲ ସ୍କୋର କରିଛନ୍ତି ।

ସୋମବାର ରାତିରେ ଫ୍ରାନ୍ସ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ PSG କୁ ତୃତୀୟ ପର୍ଯ୍ୟାୟ ମ୍ୟାଚରେ ଭେନସକୁ ସାମ୍ନା କରିବାକୁ ପଡିବ । ଏହାପୂର୍ବରୁ ମେସିଙ୍କ ସମେତ ଦଳର 4 ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।
ଶନିବାର ରାତିରେ ପିଏସଜି ଦଳ ଏକ ବିବୃତ୍ତିରେ କହିଛି ଯେ, ଜଣେ କର୍ମଚାରୀ ମଧ୍ୟ କୋଭିଡ-19 ପଜିଟିଭ ବୋଲି ଜଣାପଡିଛନ୍ତି। ସେହି ସମୟରେ କାହାର ନାମ ପ୍ରକାଶ କରାଯାଇ ନଥିଲା। କିନ୍ତୁ ପରେ ରବିବାର ଦିନ ଦଳର ଡାକ୍ତରୀ ଖବରରେ କ୍ଲବ୍ ସଂକ୍ରମିତ ଖେଳାଳିଙ୍କ ତାଲିକାରେ ମେସି ନାମ ରହିଛି ।












Click it and Unblock the Notifications