Get Updates
Get notified of breaking news, exclusive insights, and must-see stories!

ଲେଡି ବୁମରା: ସ୍କୁଲ ୟୁନିଫର୍ମରେ ଦେଖାଇଲେ ବୋଲିଂର ଯାଦୁ, ଭାଇରାଲ ଭିଡିଓ ଦେଖିଲେ… ଆଗକୁ ବନିପାରନ୍ତି ଭାରତୀୟ ଦଳର ଲେଡି ...

ଭାରତରେ କ୍ରିକେଟ କଥା କହିଲେ ସମସ୍ତେ ଦିଓ୍ବାନା । ଏବେ ନିକଟରେ ଏକ ମୁଭି ରିଲିଜ ହୋଇଥିଲା ଯାହାର ନାଁ ଥିଲା Mr. and Mrs. Mahi.. ଏହି ମୁଭିରେ ଜାହ୍ନବୀ କପୁର ରନମେସିନ ଭଳି ଛକା, ଚଉକା ବର୍ଷା କରିବା ସହ ବୋଲିଂ ମଧ୍ୟ କରୁଥିଲେ । ଆମେ ଆଜି ଫିଲ୍ମ କଥା କହୁନୁ। ସ୍କୁଲ ୟୁନିଫର୍ମରେ ଥିବା ଜଣେ ଛାତ୍ରୀଙ୍କ କଥା କହୁଛୁ। ଯାହାଙ୍କ ବୋଲିଂ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି। ଜଣେ ସ୍କୁଲ ଛାତ୍ରୀ ବୁମରାଙ୍କ ବୋଲିଂକୁ ଅନୁରୂପ ଭାବେ କପି କରି ବୋଲିଂ କରିଛନ୍ତି ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ଆପଣ ଦେଖିଲେ ତାଙ୍କୁ ଲେଡି ବୁମରା ବୋଲି ଡାକିବାକୁ ଅଟକାଇ ପାରିବେ ନାହିଁ ।

ଜସପ୍ରୀତ ବୁମ୍‌ରା ବର୍ତ୍ତମାନ ଦୁନିଆର ସର୍ବୋତ୍ତମ ବୋଲରମାନଙ୍କ ମଧ୍ୟରୁ ଜଣେ। ତାଙ୍କର ଦମ୍‌ଦାର ବୋଲିଂ ହେତୁ ଭାରତ ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ହାତେଇଥିଲା। ବୁମରା ଜଣେ ଅନନ୍ୟ ବୋଲର। ତାଙ୍କର ଆକ୍ସନ ଏବଂ ବୋଲିଂ ସମ୍ପୂର୍ଣ୍ଣ ଭିନ୍ନ, ଯାହା ପ୍ରତ୍ୟେକ ଯୁବପିଢି କପି କରିବାକୁ ଚେଷ୍ଟା କରନ୍ତି । ବର୍ତ୍ତମାନ ଜଣେ ସ୍କୁଲଛାତ୍ରୀ ବୁମରାଙ୍କ ବୋଲିଂଙ୍କୁ ଅନୁରୂପ ଭାବେ କପି କରି ବୋଲିଂ କରିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓ ଦେଖିବା ପରେ, ଆପଣ ମଧ୍ୟ ଏହି ଝିଅଙ୍କ 'ଲେଡି ବୁମ୍‌ରା' ବୋଲି ଡାକିବାରେ ନିଜକୁ ଅଟକାଇ ପାରିବେ ନାହିଁ । ବୁମରାଙ୍କ ବୋଲିଂକୁ ନକଲ କରିବା ଅତ୍ୟନ୍ତ କଷ୍ଟକର। କିନ୍ତୁ ଏହି ସ୍କୁଲ ଛାତ୍ରୀଜଣକ ବୁମ୍‌ରାଙ୍କ ବୋଲିଂ ଅବିକଳ କରିଛନ୍ତି ଯାହାକୁ ଦେଖି ପୁରା ଦୁନିଆ ତାଜୁବ ହୋଇଯାଇଛି ।

Lady Jasprit Bumrah

ତେବେ ଛୋଟବେଳେ କ୍ରିକେଟ ଖେଳୁଥିବା ପ୍ରତ୍ୟେକ ଖେଳାଳିଙ୍କ ଗୋଟିଏ ସ୍ୱପ୍ନଥାଏ, ସେମାନେ ଭାରତୀୟ ଦଳରେ ସାମିଲ ହୋଇ ବିଶ୍ୱକପ ଖେଳିବୋ କିଏ ରନ ମେସିନ କୋହଲିଙ୍କ ଭଳି କ୍ରିକେଟର ହେବାକୁ ଚାହାନ୍ତି ତ ପୁଣି କିଏ ଜାହିରଖାନଙ୍କ ଭଳି ବୋଲର। କିନ୍ତୁ ଟିମ ଇଣ୍ଡିଆର ବ୍ରହ୍ମାସ୍ତ୍ର କୁହାଯାଉଥିବା ବୁମ ବୁମ ବୁମରାଙ୍କ ଭଳି ବିଶ୍ୱ କ୍ରିକେଟରେ ଛାପ ଛାଡିବାକୁ ଚାହାନ୍ତି। କାରଣ ତାଙ୍କର ଦମଦାର ବୋଲିଂ ହେତୁ ଭାରତ ଟି-୨୦ ବିଶ୍ବକପ ୨୦୨୪ ଟାଇଟଲ ହାତେଇଥିଲା। ବିଶ୍ବକପରେ ବୁମରାଙ୍କ ଯାଦୁକୁ କେହି ଭୁଲିପାରି ନାହାନ୍ତି। ତାଙ୍କୁ ନିଜେ କ୍ରିକେଟର କିଙ୍ଗ କୋହଲି କହିଥିଲେ ଯେ, ବୁମରା ହେଉଛନ୍ତି ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ। ତାଙ୍କ ଭଳି କଷ୍ଟକର ବୋଲିଂ ଏକଦମ କପି କରିପାରିଛି ଏହି କୁନି ଝିଅଟି। ଫଳରେ ସାଧାରଣ ଲୋକେ ତଥା କ୍ରିକେଟ ପ୍ରେମୀ ତାଙ୍କୁ 'ଲେଡି ବୁମରା' ଆଖ୍ୟା ଦେଉଛନ୍ତି ।

ଏକ୍ସରେ ଘୂରି ବୁଲୁଥିବା ଏହି ଭିଡିଓରେ ଜଣେ ୟୁଜର୍ସ ଲେଖିଛନ୍ତି, 'ଝିଅଟିର ରନ୍ ଅପ୍ ଭଲ ଅଛ୍ ଏବଂ ଏକ ପ୍ରତିଭାଶାଳୀ ଦ୍ରୁତ ବୋଲର ଭାବରେ ତାଙ୍କୁ ବିକଶିତ କରାଯାଇପାରିବ ।' ଅନ୍ୟଜଣେ ଉପଭୋକ୍ତା ତାଙ୍କୁ ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ବୋଲି କହିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, 'କେବଳ ପୁଅ ନୁହଁନ୍ତି, ଝିଅମାନେ ମଧ୍ୟ ଯସପ୍ରୀତ ବୁମରାଙ୍କ ଆକ୍ସନକୁ ନକଲ କରିବା ଆରମ୍ଭ କରିଛନ୍ତି । ବିସିସିଆଇ ଏହି ଝିଅର ମାର୍ଗଦର୍ଶନ କରିବା ଉଚିତ୍ ।

ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ଫ୍ୟାନ ମାନେ ବହୁତ ଖୁସି ଥିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି । ତାହାସହ ଭବିଷ୍ୟତରେ ଏହି ଝିଅ ଜଣକ ଭାରତୀୟ ଦଳର ପ୍ରତିନିଧିତ୍ୱ ମଧ୍ୟ କରିବ ବୋଲି ଆଶା ରଖିଛନ୍ତି । ସ୍କୁଲ ଡ୍ରେସ ପିନ୍ଧିଥିବା ଏହି ଝିଅ ଜଣକ ବୁମରାଙ୍କ ଜଣେ ବଡ ପ୍ରଶଂସକ ଓ ତାଙ୍କ ଷ୍ଟାଇଲରେ ବୋଲିଂ କରିବାକୁ ପସନ୍ଦ କରନ୍ତି । ବୁମରାଙ୍କ ଭଳି ରନଅଫ ସହ ସେ ତାଙ୍କ ଭଳି ଦ୍ରୁତଗତିରେ ବୋଲିଂ କରୁଥିବା ନଜର ଆସୁଛନ୍ତି । ବ୍ୟାଟର ମଧ୍ୟ ତାଙ୍କ ବୋଲିଂରେ ଘାଇଲା ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+