ହସ୍ପିଟାଲ ବଦଳରେ ଗେଷ୍ଟ ହାଉସରେ ଟିକା ନେଇ ବିବାଦରେ କୁଲଦୀପ

କ୍ରିକେଟର କୁଲଦୀପ ଯାଦବ ହସ୍ପିଟାଲ ବଦଳରେ କାନୁପର ସ୍ଥିତ ଗୋଟିଏ ଗେଷ୍ଟ ହାଉସରେ କରୋନା ଟିକାର ଡୋଜ୍‌ ନେଇଛନ୍ତି। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ନୂଆଦିଲ୍ଲୀ: ନିକଟରେ ଭାରତୀୟ ସ୍ପିନର କୁଲଦୀପ ଯାଦବ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ତେବେ ତାଙ୍କ ଟିକାକରଣ ନେଇ ଉଠିଛି ପ୍ରଶ୍ନ । ଘଟଣାର ଯାଞ୍ଚ ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କାନପୁର ପ୍ରଶାସନ ।

Kuldeep Yadav vaccination

ବାସ୍ତବରେ କ୍ରିକେଟର କୁଲଦୀପ ଯାଦବ ହସ୍ପିଟାଲ ବଦଳରେ କାନୁପର ସ୍ଥିତ ଗୋଟିଏ ଗେଷ୍ଟ ହାଉସରେ କରୋନା ଟିକାର ଡୋଜ୍‌ ନେଇଛନ୍ତି। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏପରି ଟିକାକରଣକୁ ନେଇ ବିବାଦ ଉପୁଜିବାରୁ କାନପୁର ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

ଏଭଳି ପରିସ୍ଥିତିରେ କୁଲଦୀପ ଯାଦବଙ୍କ ପାଇଁ ଟିକା ନେବା ପ୍ରୋଟୋକଲ ଭଙ୍ଗାଯାଇଛି । ଡିଏମ କହିଛନ୍ତି ଯେ ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଯଦି ଯେ କେହି ବି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୁଲଦୀପଙ୍କ ଟିକାକରଣର ଚିତ୍ର ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।

କୁଲଦୀପ ଶନିବାର କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତ। ସେ ଗେଷ୍ଟ ହାଉସ ପଡ଼ିଆରେ ବସିଥିବା ବେଳେ ତାଙ୍କୁ ଟିକାର ଡୋଜ୍‌ ଦିଆଯାଇଥିଲା। ଏହାର ଫଟୋ କୁଲଦୀପ ସୋଶାଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ "ଯେବେବି ସୁଯୋଗ ମିଳୁଛି ତୁରନ୍ତ ଟିକା ନେଇଯାଆନ୍ତୁ। ସୁରକ୍ଷିତ ରୁହନ୍ତୁ କାରଣ କୋଭିଡ-୧୯ ବିରୋଧରେ ଆମକୁ ଏକାଠି ହେବାର ଆବଶ୍ୟକତା ରହିଛି।" ତେବେ ଏହାକୁ ନେଇ ସେ ବିବାଦରେ ଫସିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+