Get Updates
Get notified of breaking news, exclusive insights, and must-see stories!

ଭାରତ ଆଗରେ ୨୭୧ ରନର ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ବିଶାଖାପାଟଣାରେ ଶନିବାର ଖେଳାଯାଉଥିବା ୩ୟ ଦିନିକିଆ (India Vs SA )ରେ ଭାରତ ଆଗରେ ୨୭୧ ରନର ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ଇନିଂସର ମୁଖ୍ୟ ଆକର୍ଷଣ ଥିଲା କ୍ବିଣ୍ଟନ ଡି'କକଙ୍କ ଶତକ ।

ଠିକ୍‌ ସମୟରେ ଭାରତୀୟ ବୋଲରଙ୍କ କମ୍‌ ବ୍ୟାକ୍‌ ଦକ୍ଷିଣ ଆଫ୍ରିକାକୁ ସୀମିତ ରନ ମଧ୍ୟରେ ଅଟକାଇବାରେ ସଫଳ ହୋଇଛି। ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଳଦୀପ ଯାଦବଙ୍କ ଘାତକ ବୋଲିଂ ଯୋଗୁ ଏକଦା ୨୧ ଓଭର ସୁଦ୍ଧା ୧୬୮ ରନରେ ୩ ଉଇକେଟ ହରାଇଥିବା ଦକ୍ଷିଣ ଆଫ୍ରିକା ୧୩ ବଲ ବାକି ଥାଇ ୨୭୦ ରନରେ ଅଲଆଉଟ ହୋଇଯାଇଥିଲା।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ ଇଣ୍ଡିଆ। ପ୍ରାରମ୍ଭରୁ ମାତ୍ର ୧ ରନରେ ଦକ୍ଷିଣ ଆଫ୍ରିକାର ଗୋଟିଏ ଉଇକେଟ ଅକ୍ତିଆର କରି ଭାରତୀୟ ବୋଲି ପ୍ରଥମ ସଫଳତା ଦେଇଥିଲେ। ହେଲେ ଡି' କକ୍‌ ଏବଂ ଅଧିନାୟକ ଟେମ୍ବା ବାବୁମା ଦ୍ରୁଟ ବ୍ୟାଟିଂ କରି ୨ୟ ଉଇକେଯରେ ୧୧୩ ରନର ଭାଗିଦାରି କରିଥିଲେ।

india team

ଦଳର ସ୍କୋର ୧୬୮ ହୋଇଥିବାବେଳେ ୩ୟ ଉଇକେଟର ପତନ ହୋଇଥିଲା। ଏହା ପରେ ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଳଦୀପ ଯାଦବ ଘାତକ ବୋଲି କରିଥିଲେ। ଯାହାଫଳରେ ଦକ୍ଷିଣ ଆଫ୍ରିକାର ଗୋଟିଏ ପରେ ଗୋଟିଏ ଉଇକେଟର ପତନ ଘଟିଥିଲା। ଉଭ​‌ୟେ ବୋଲର ୪ଟି ଲେଖାଏ ଉଇକେଟ ନେଇଥିଲେ। ଅର୍ଶଦୀପ ସିଂହ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଦକ୍ଷିଣ ଆଫ୍ରିତା ତରଫରୁ ଅଧିନାୟକ ବାବୁମା ୪୮ ରନ କରିଥିବାବେଳେ ମାତ୍ରୁ ବ୍ରିକେ ୨୪, ଡିୱାଲ୍ଡ ବ୍ରେଭିସ ୨୯, ମାର୍କୋ ଜାନସେନ ୧୭, କେଶବ ମହାରାଜ ୨୦ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+