ବିବାହ ବନ୍ଧନରେ ବାନ୍ଧିହେଲେ କୁଲଦୀପ-ବଂଶୀକା
ପଡ଼ିଲା ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର କୁଲଦୀପ ଯାଦବଙ୍କ ହାତଗଣ୍ଠି । ବାଲ୍ୟବନ୍ଧୁ ବଂଶୀକାଙ୍କ ହାତ ଧରିଛନ୍ତି ଚାଇନମ୍ୟାନ୍ ଭାବେ ଜଣାଶୁଣା କୁଲଦୀପ ଯାଦବ । ଉତ୍ତରାଖଣ୍ଡର ହିଲ୍ ଷ୍ଟେସନ ମସୁରୀରେ ହୋଇଛି ବାହାଘର । ମସୁରୀର ପ୍ରସିଦ୍ଧ ଲଗଜରୀ ହୋଟେଲ, ଦି ସାଭୋଇ, ବିବାହ ସ୍ଥାନ ଥିଲା, ଯାହାକୁ ସୁନ୍ଦର ଭାବରେ ସଜାଯାଇଥିଲା। ଏହା ସେହି ହୋଟେଲ ଯେଉଁଠାରେ ଟିମ୍ ଇଣ୍ଡିଆର ଷ୍ଟାର ରିଷଭ ପନ୍ତଙ୍କ ଭଉଣୀ ମଧ୍ୟ ଗତ ବର୍ଷ ବିବାହ କରିଥିଲେ।

ମେହେନ୍ଦି, ସଙ୍ଗୀତ ଏବଂ ହଳଦୀ ଭଳି ରୀତିନୀତି ପରେ, ସମସ୍ତେ ବିବାହ ଦିନକୁ ଅପେକ୍ଷା କରିଥିଲେ, ଯାହା ମାର୍ଚ୍ଚ ୧୪ ତାରିଖରେ ହୋଇଛି । ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର କୁଲଦୀପ ଘୋଡା ଚଢ଼ି ବିବାହ ଶୋଭାଯାତ୍ରାକୁ ଯାଇଥିଲେ । ଶୋଭାଯାତ୍ରାରେ ଟିମ୍ ଇଣ୍ଡିଆର ଅନେକ ତାରକା ସାମିଲ ଥିଲେ। କୁଲଦୀପଙ୍କ ଘନିଷ୍ଠ ବନ୍ଧୁ ଚହଲ, ତିଲକ ବର୍ମା, ରିଙ୍କୁ ସିଂହ ଏବଂ ଦଳର ଫିଲ୍ଡିଂ ପ୍ରଶିକ୍ଷକ ଟି. ଦିଲୀପ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହାସହ ସମସ୍ତେ ଧୁମ୍ ନାଚିଥିବା ଦେଖିବାକୁ ମିଳିଥିଲା ।
କୁଲଦୀପ-ବଂଶୀକାଙ୍କ ବିବାହ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଏହାକୁ ଲାଇକ୍ କରୁଥିବା ସହ ସେୟାର ମଧ୍ୟ କରୁଛନ୍ତି ।
-
୩ ଏୟାରପୋର୍ଟକୁ ବନ୍ଦ ଘୋଷଣା କଲା ଆମେରିକା -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର











Click it and Unblock the Notifications