କୁଲଦୀପଙ୍କୁ ତିନୋଟି ୱିକେଟ; ଭାରତକୁ ୧୨୮ ରନର ଟାର୍ଗେଟ ଦେଲା ପାକିସ୍ତାନ

ଭାରତକୁ ୧୨୮ ରନର ଟାର୍ଗେଟ ଦେଲା ପାକିସ୍ତାନ । ଏସିଆ କପ୍‌ ଟି-୨୦ ଚମ୍ପିଆନଶିପର ରବିବାର ହାଇଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚରେ ଟିମ ଇଣ୍ଡିଆର ସ୍ପିନରମାନଙ୍କ ଦମଦାର ବୋଲିଂ ପାକିସ୍ତାନକୁ ଧୂଳି ଚଟାଇ ଦେଇଛି। ଯାହାଫଳରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ଟିମ୍ ୯ ଉଇକେଟ ହରାଇ ୧୨୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି।

ଫଳରେ ଟିମ ଇଣ୍ଡିଆକୁ ଜିତିବା ପାଇଁ ୧୨୮ ରନର ଆବଶ୍ୟକତା ରହିଛି। ପହଲଗାଓଁ ଆକ୍ରମଣକୁ ନେଇ ଭାରତୀୟଙ୍କ ବିରୋଧ ସତ୍ବେ ଟିମ ଇଣ୍ଡିଆ ପାକିସ୍ତାନ ସହିତ ଖେଳୁଥିବାରୁ ଦଳ ପାଇଁ ଏହି ମ୍ୟାଚକୁ ଜିତିବା ବହୁ ଗୁରୁତ୍ଵପୂର୍ଣ୍ଣ ହୋଇପଡ଼ିଛି।

Pakistan sets India a target of 128 runs

ଆରମ୍ଭରୁ ଉଇକେଟ ହରାଇ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭରର ପ୍ରଥମ ବଲରେ ପାକ୍ ଓପନ ସଇମ ଆୟୁବଙ୍କୁ ଆଉଟ କରି ଭାରତ ପାଇଁ ସଫଳତା ଆଣି ଦେଇଥିଲେ। ଏହା ପରେ ଯଶପ୍ରୀତ ବୁମରା ନିଜର ପ୍ରଥମ ଓଭରରେ ଗୋଟିଏ ଉଇକେଟ ନେଇ ପାକିସ୍ତାନକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ। ପରବର୍ତ୍ତୀ ସମୟରେ ଅକ୍ଷର ପଟେଲ ଆକର୍ଷଣୀୟ ବୋଲି କରି ୨ଟି ଓଭରରେ ଲଗାଦାର ୨ଟି ଉଇକେଟ ନେଇ ପାକିସ୍ତାନର ଟପ ଅର୍ଡରକୁ ଦୁର୍ବଳ କରିଦେଇଥିଲେ। ଶେଷର କୁଳଦୀପ ଯାଦବଙ୍କ ଘାତକ ବୋଲିଂ ପାକିସ୍ତାନକୁ ଧରାଶାୟୀ କରିଦେଇଥିଲେ। ସେ ୪ ଓଭର ବୋଲିଂ କରି ୧୮ ରନ ବିନିମୟରେ ୩ଟି ଉଇକେଟ ହାସଲ କରିଥିଲେ। ବୁମରାଙ୍କୁ ୨ଟି ଏବଂ ପାଣ୍ଡ୍ୟାଙ୍କୁ ଗୋଟିଏ ଉଇକେଟ ମିଳିଛି।

ପାକିସ୍ତାନ ପକ୍ଷରୁ ଓପନର ବ୍ୟାଟ୍ସମ୍ୟାନ ଶାହିବଜାଦା ଫରହାନ ସର୍ବାଧିକ ୪୦ ରନ ସଂଗ୍ରହ କରିଥିଲେ। ଶାହୀନଶାହ ଆଫ୍ରିଦି ଶେଷ ଆଡକୁ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରି ୧୮ ବଲରୁ ୪ ଛକା ସହିତ ୩୩ ରନ ସଂଗ୍ରହ କରିବାରୁ ସ୍କୋର ୧୨୭ ରନ ଛୁଇଁ ପାରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+