ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ୍
ନୂଆଦିଲ୍ଲୀ: ଆଜି ଆଇପିଏଲର ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳାଯାଉଛି । ଗୁଜୁରାଟର ଅହମ୍ମଦାବାଦ ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।ଏହି ମ୍ୟାଚରେ ଯେଉଁ ଟିମ୍ ଜିତିବ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଆଇପିଏଲ ଚଳିତ ସଂସ୍କରଣରେ ଦୁଇଟି ଯାକ ଟିମ୍ ର ବ୍ୟାଟିଂ ଓ ବୋଲିଂରେ ପ୍ରଦର୍ଶନ ବହୁତ ଭଲ ରହିଛି । ହେଲେ ଆଜି ଅହମ୍ମଦାବାଦ ଷ୍ଟାଡିୟମରେ ହାଇଭୋଲଟେଜ ମ୍ୟାଚରେ କିଏ ବାଜି ମାରିବ ତାହାକୁ ନେଇ ଫ୍ୟାନ୍ସମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ହାଇଦ୍ରାବାଦର ଦୁଇ ଓପନର ଟ୍ରେଭିସ୍ ହେଡ୍, ଅଭିଶେଷ ଶର୍ମା ଜବରଦସ୍ତ ପ୍ରଦର୍ଶନ କରୁଥିବା ବେଳେ କୋଲକାତାର ଓପନର ସୁନିଲ ନାରିନଙ୍କ ମଧ୍ୟ ପ୍ରଦର୍ଶନ ଚମତ୍କାର ରହିଛି । ଆଇପିଏଲ ପ୍ଲେ ଅଫ୍ ନିୟମ ଅନୁଯାୟୀ ଫାଇନାଲ ମୁକାବିଲା ପାଇଁ ୪ଟି ଟିମ୍ ମଧ୍ୟରେ କ୍ୱାଲିଫାୟର ଏବଂ ଗୋଟିଏ ଏଲିମିନେଟର ମ୍ୟାଚ ଖେଳାଯିବ । ପଏଣ୍ଟ ଟେବୁଲର ଶିର୍ଷରେ ରହିଥିବା ଦୁଇ ଟିମ୍ କୋଲକାତା-ହାଇଦ୍ରାବାଦ ପ୍ରଥମ କ୍ୱାଲିଫାୟର ଖେଳିବେ ।












Click it and Unblock the Notifications