ଆଇପିଏ 2021: ଟସ୍ ହାରିଲେ ଧୋନି, ପ୍ରଥମେ ବ୍ୟାଟିଂ କରୁଛି କେକେଆର
ମ୍ୟାଚରେ କେକେଆର କ୍ୟାପଟେନ୍ ଇଆନ୍ ମୋର୍ଗାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆବୁଧାବି: ଆଜି ଆଇପିଏଲର ୩୮ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ। ମ୍ୟାଚରେ କେକେଆର କ୍ୟାପଟେନ୍ ଇଆନ୍ ମୋର୍ଗାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଉକ୍ତ ମ୍ୟାଚରେ କୋଲକାତା ତା'ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ହେଲେ ମହେନ୍ଦ୍ର ସିଂ ଧୋନିଙ୍କ ତାଙ୍କ ଟିମର ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ଡ୍ୱେନ୍ ବ୍ରାଭୋ ଆଜି ମ୍ୟାଚ୍ ଖେଳୁନାହାନ୍ତି। ଜବରଦସ୍ତ ଫର୍ମରେ ଥିବା ବ୍ରାଭୋଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଇଂଲିଶ ଅଲରାଉଣ୍ଡର ସାମ୍ କୁରାନଙ୍କୁ ସ୍କ୍ୱାଡରେ ସାମିଲ୍ କରାଯାଇଛି।
- କୋଲକାତା ନାଇଟ୍ ରାଇଡର୍ସ: ଭେଙ୍କଟେଶ ଆୟର, ଶୁବମନ୍ ଗିଲ୍, ନୀତୀଶ ରାଣା, ରାହୁଲ୍ ତ୍ରିପାଠୀ, ଇଅନ୍ ମୋର୍ଗାନ୍ (କ୍ୟାପଟେନ୍), ଆନ୍ଦ୍ରେ ରସେଲ୍, ଦିନେଶ କାର୍ତ୍ତିକ (ୱିକେଟ୍ କିପର), ସୁନୀଲ୍ ନରିନ୍, ଲକି ଫର୍ଗୁସନ୍, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କୃଷ୍ଣ।
- ଚେନ୍ନାଇ ସୁପର୍ କିଙ୍ଗସ୍: ଫାଫ୍ ଡୁ ପ୍ଲେସିସ୍, ଋତୁରାଜ ଗାଏକ୍ୱାଡ୍, ମୋଇନ୍ ଅଲୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଡେଜା, ଡ୍ୱେନ୍ ବ୍ରାଭୋ, ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ୍), ଶାର୍ଦ୍ଦୁଲ ଠାକୁର, ଦୀପକ ଚହର୍, ଜୋଶ ହେଜଲଉଡ୍।












Click it and Unblock the Notifications