RCB ପାଇଁ କୋହଲିଙ୍କ ଜର୍ସି ନମ୍ବର 18 ଲକି; କାହିଁକି ‘୧୮ ନମ୍ବର' ବିରାଟ କୋହଲିଙ୍କ ପାଇଁ ଖାସ୍‌?

IPL 2025ର ଫାଇନାଲରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ଏହି ଟୁର୍ନାମେଣ୍ଟର ଟ୍ରଫି ଜିତିଥିଲା। RCB ର ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ।

18 ତମ ସିଜିନରେ 18 ନମ୍ବର ଜର୍ସି ପିନ୍ଧିଥିବା ଖେଳାଳିଙ୍କ ସ୍ବପ୍ନ ସାକାର:

RCB

ଦୀର୍ଘ 17 ବର୍ଷ ଅପେକ୍ଷାର ଅନ୍ତ ଘଟାଇ ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଉଠାଇବାରେ ସଫଳ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆରସିବିର ବିଜୟକୁ ନେଇ ଏବେ ଚାରିଆଡେ ଚାଲିଛି ସେଲିବ୍ରେସନ । ବିରାଟ କୋହଲିଙ୍କ ଅଧୁରା ସ୍ବପ୍ନ ପୂରଣ ହୋଇଛି । 18 ବର୍ଷ ଧରି ଦଳରେ ରହି ଶେଷରେ ଦଳକୁ 18 ତମ ସିଜିନରେ ଚମ୍ପିଆନ କରିବା ପଛରେ ବିରାଟ କୋହଲିଙ୍କ ଭୂମିକା ଅତୁଳନୀୟ । ପୂର୍ବ ସିଜିନ ଗୁଡିକରେ ବାରମ୍ବାର ହାରିଥିଲେ ମଧ୍ୟ ପୁଣି ଥରେ ଜିତିବାର ଆଶା ନେଇ ପଡିଆକୁ ଓହ୍ଲାଉଥିବା ଏହି ଦଳକୁ ବେଶ ପ୍ରଶଂସା କରାଯାଉଛି ।

ଏହି ଟ୍ରଫି ବିରାଟ କୋହଲିଙ୍କ ପାଇଁ ବହୁତ ସ୍ବତନ୍ତ୍ର। କାରଣ ବିରାଟ କୋହଲି IPLର ୧୮ତମ ସିଜିନରେ RCB ପାଇଁ ଖେଳିଛନ୍ତି ଏବଂ ପ୍ରଥମ ଥର ପାଇଁ ସେ ଏହି ଟ୍ରଫି ଜିତିଛନ୍ତି। ବିରାଟ କୋହଲିଙ୍କ ଜର୍ସି ନମ୍ବର ମଧ୍ୟ ୧୮ ଏବଂ ଏବେ ଏହି ନମ୍ବର ତାଙ୍କ ପାଇଁ ଆହୁରି ସ୍ବତନ୍ତ୍ର ହୋଇଯାଇଛି।

ବିରାଟ କୋହଲି ପୂର୍ବରୁ ପ୍ରକାଶ କରିଥିଲେ ଯେ, ମୋ ବାପା ଡିସେମ୍ବର ୧୮ରେ ଦେହାନ୍ତ କରିଥିଲେ। ଯେତେବେଳେ ମୁଁ ୧୯ ବର୍ଷରୁ କମ ଦଳରେ ଯୋଗ ଦେଇଥିଲି, ସେ ମୋତେ ୧୮ ନମ୍ବର ଜର୍ସି ଦେଇଥିଲେ। ମୁଁ ୧୮ ଅଗଷ୍ଟରେ ଭାରତ ପାଇଁ ମୋର ଡେବ୍ୟୁ କରିଥିଲି। ମୁଁ ଜାଣିନାହିଁ କିନ୍ତୁ ୧୮ ନମ୍ବର ମୋ ଜୀବନରେ ଏକ ବିଶେଷ ସ୍ଥାନ ରଖିଛି।

ଏହା IPLର ୧୮ତମ ସିଜିନ ଥିଲା। ଯଦିଓ ବିରାଟ କୋହଲି RCB ପାଇଁ ଫାଇନାଲରେ ବଡ଼ ସ୍କୋର କରିପାରି ନ ଥାଆନ୍ତେ, ସେ ସର୍ବଦା ଚମତ୍କାର ପ୍ରଦର୍ଶନ କରିଛନ୍ତି। ବିରାଟ IPL 2025ର ଫାଇନାଲରେ ୪୩ ରନର ଇନିଂସ ଖେଳିଥିଲେ। ତାଙ୍କ ଇନିଂସ ମଧ୍ୟରେ ସେ ତିନୋଟି ଚୌକା ମାରିଥିଲେ।

ଅଣ୍ଡର 19 ଖେଳିବା ସମୟରୁ ବିରାଟ କୋହଲିଙ୍କୁ ଦିଆୟାଇଥିବା ଜର୍ସି ନମ୍ବର 18ର ଅନେକ ମହତ୍ବ ରହିଛି । 18 ଅଗଷ୍ଟ 2008କେ ସେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । 18 ଡିସେମ୍ବର 2006ରେ ତଙ୍କ ପିତାଙ୍କ ମୃତ୍ୟୁ ପରେ ଏହି ନମ୍ବର ଆହୁରି ମହତ୍ବପୂର୍ଣ୍ଣ ହୋଇଥିଲା । କୋହଲି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲାରୁ ପାଇଁ ଏହି ନମ୍ବର ଜର୍ସି ପିନ୍ଧିଛନ୍ତି, ଯାହା ତାଙ୍କ ଏବଂ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏହାର ଗୁରୁତ୍ୱକୁ ଆହୁରି ସୁଦୃଢ଼ କରିଛି। ଆଇପିଏଲର 18 ତମ ସିଜିନରେ ଦଳ ଟ୍ରଫି ହାତେଇବାର ସ୍ବପ୍ନ ମଧ୍ୟ ସଫଳ ହୋଇଛି ।

କୋହଲିଙ୍କ ଆଇପିଏଲ କ୍ୟାରିୟର:

ବିରାଟ କୋହଲି 2008ରେ ଆଇପିଏଲରେ ଡେବ୍ୟୁ କରିଥିଲେ । 18 ବର୍ଷଧରି ଆଇପିଏଲ ଜର୍ଣିରେ 8ଟି ଅର୍ଦ୍ଧଶତକ 63ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ରହିଛି 113 । କୋହଲି ତାଙ୍କ ଆଇପିଏଲ କ୍ୟାରିୟରରେ 771ଟି ଚୌକା ଓ 271ଟି ଛକା ମାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+