କୋହଲିଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ, ଥିଲେ ୨୭ କୋଟିରୁ ଅଧିକ ଫଲୋର୍ସ
ବିଶ୍ୱର ଷ୍ଟାର କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ଗତକାଲି ବିଳମ୍ବିତ ରାତିରେ ହଠାତ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ବନ୍ଦ ହୋଇଯାଇଛି । ଇନଷ୍ଟାଗ୍ରାମରେ ବିରାଟଙ୍କ ନାମ ଖୋଜିବା ପରେ ମଧ୍ୟ ତାଙ୍କ ପ୍ରୋଫାଇଲ୍ ଜଣାପଡୁନାହିଁ । ଯାହା ଫଳରେ କୋହଲିଙ୍କ ପ୍ରଶଂସକମାନେ ଦ୍ୱନ୍ଦ୍ୱ ଏବଂ ଚିନ୍ତିତ ହୋଇପଡ଼ିଛନ୍ତି । କୋହଲି ଏହି ପଦକ୍ଷେପ ନିଜେ ନେଇଛନ୍ତି କି କୌଣସି ଯାନ୍ତ୍ରିକ ସମସ୍ୟା ଥିଲା ସେ ବିଷୟରେ କୌଣସି ବୟାନ ଦିଆଯାଇ ନାହିଁ । କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଆକ୍ଟିଭ ହେବା ଯୋଗୁଁ, ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ନିରନ୍ତର ପ୍ରଶ୍ନ ପଚାରୁଛନ୍ତି ଯେ, ବିଶ୍ୱର ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଆକାଉଣ୍ଟ କାହିଁକି ମିଳୁନାହିଁ ।













Click it and Unblock the Notifications