ପତ୍ନୀ ଓ ଝିଅଙ୍କ ସହ ଏପରି ଅନ୍ଦାଜରେ ନଜର ଆସିଲେ କିଙ୍ଗ୍ କୋହଲି, ଫ୍ୟାନ୍ସ କଲେ ପ୍ରଶଂସା
Virat Kohli: ଟିମ୍ ଇଣ୍ଡିଆ ଟି -20 ବିଶ୍ୱକପ 2024 ପାଇଁ ବର୍ତ୍ତମାନ ନ୍ୟୁୟର୍କରେ ଅଛି । ବିରାଟ କୋହଲି ମଧ୍ୟ ଟିମ୍ ଇଣ୍ଡିଆ ସହିତ ଅଛନ୍ତି। କୋହଲି ଆୟର୍ଲାଣ୍ଡ ବିପକ୍ଷରେ କିଛି ଖାସ୍ ସ୍କୋର କରିପାରି ନଥିଲେ । ଆଗକୁ ରବିବାର ଦିନ ଇଣ୍ତିଆ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ରହିଛି, ଯାହା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ମ୍ୟାଚ୍ ପୂର୍ବରୁ କୋହଲିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ସହ ନଜର ଆସୁଛନ୍ତି। ନ୍ୟୁୟର୍କର ଏକ ହୋଟେଲରୁ କୋହଲି ପରିବାରର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
A few days before Virushka and Vamika were spotted at the Team Hotel 🥰❤️ pic.twitter.com/kv6uBSPJti
— Virat Kohli Fan Club (@Trend_VKohli) June 7, 2024
ପ୍ରକୃତରେ ଏକ ଭିଡିଓ ସୋସିଆଲ ମିଡିଆ ସାଇଟ୍ X' ରେ ସେୟାର କରାଯାଇଛି | ଏଥିରେ କୋହଲି ଏବଂ ଅନୁଷ୍କା ନିଜ ଭାମିକାଙ୍କ ହାତ ଧରି ଯାଉଥିବାର ଦେଖିବା ପାଇଁ ମିଳୁଛି । ଏହି ଭିଡିଓ ପ୍ରଶଂସକଙ୍କ ମନ ଜିଣିଛି । ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି, ସେ ଅନେକ ସମୟରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ସୂଚନା ଦିଅନ୍ତି । ଇନଷ୍ଟାଗ୍ରାମରେ 67 ମିଲିୟନରୁ ଅଧିକ ଲୋକ ତାଙ୍କୁ ଫଲୋ କରନ୍ତି ଏବଂ କୋହଲିଙ୍କର 269 ନିୟୁତ ଫଲୋର୍ସ ଅଛନ୍ତି ।

ଟିମ୍ ଇଣ୍ଡିଆକୁ ଟି -20 ବିଶ୍ୱକପରେ ଚାରୋଟି ଗ୍ରୁପ୍ ମ୍ୟାଚ୍ ଖେଳିବାକୁ ପଡିବ । ଭାରତର ପ୍ରଥମେ ଆୟର୍ଲାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିଥିଲା ଏବଂ 8 ୱିକେଟରେ ଏହି ମ୍ୟାଚ୍ ଜିତିଥିଲା ଟିମ୍ ଇଣ୍ତିଆ । ରବିବାର ଦିନ ଇଣ୍ତିଆ-ପାକିସ୍ତାନ ମଧ୍ୟରେ ହେବ ବ୍ଲକ୍ବଷ୍ଟର ମ୍ୟାଚ୍ । ଏହା ପରେ ନ୍ୟୁୟର୍କରେ ଟିମ୍ ଇଣ୍ଡିଆ ଏବଂ ଆମେରିକା ମଧ୍ୟରେ ହେବ ମ୍ୟାଚ୍ ।












Click it and Unblock the Notifications