Get Updates
Get notified of breaking news, exclusive insights, and must-see stories!

ରିଙ୍କୁ ସିଂହଙ୍କ ପିତାଙ୍କ ନିଧନ, ଗଭୀର ଶୋକ ପ୍ରକାଶ କଲେ କୋହଲି

ଭାରତୀୟ ବ୍ୟାଟର ରିଙ୍କୁ ସିଂହଙ୍କ ପିତାଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ସକାଳେ ତାଙ୍କ ପିତା ଖାନଚାନ୍ଦ ସିଂହଙ୍କ ମୃତ୍ୟୁ ଖବର ଆସିଥିଲା । ଏହି ଖବର ପ୍ରତିଟି ଭାରତୀୟଙ୍କୁ ମର୍ମାହତ କରିଛି । ଭାରତୀୟ ଟିମ ପୂର୍ବତନ ଅଧିନାୟକ ବିରାଟ କୋହଲି, ରିଙ୍କୁ ସିଂହଙ୍କ ପିତାଙ୍କ ନିଧନ ଖବର ଶୁଣି ଭାବବିହ୍ବଳ ହୋଇପଡ଼ିଛନ୍ତି । ସେ ଟ୍ବିଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି ।

Kohli

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି କୋହଲି ଲେଖିଛନ୍ତି, 'ରିଙ୍କୁଙ୍କ ପିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ଦୁଃଖିତ। ତୁମର ଏବଂ ତୁମ ପରିବାର ପ୍ରତି ମୋର ସମବେଦନା ଜଣାଉଛି । ଭଗବାନ ତୁମକୁ ସର୍ବଦା ଶକ୍ତ ଦିଅନ୍ତୁ । ଓମ୍ ଶାନ୍ତି।' ରିଙ୍କୁଙ୍କ ବାପା ଯକୃତ କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କ ଅବସ୍ଥା ଖରାପ ହେବା ପରେ, ତାଙ୍କୁ ଫେବୃଆରୀ ୨୧ରେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ରିଙ୍କୁ ଶୁକ୍ରବାର ସକାଳ ପ୍ରାୟ ୫ ଟାରେ ଚେନ୍ନାଇରୁ ଗ୍ରେଟର ନୋଏଡାରେ ପହଞ୍ଚିଥିଲେ। ଭାରତୀୟ ଦଳ ଗୁରୁବାର (ଫେବୃଆରୀ ୨୬) ରିଙ୍କୁଙ୍କ ବିନା ଜିମ୍ବାୱେ ବିପକ୍ଷରେ ଦ୍ୱିତୀୟ ସୁପର ୮ ମ୍ୟାଚ୍ ଖେଳିଥିଲା। ରିଙ୍କୁଙ୍କ ସ୍ଥାନରେ ସଞ୍ଜୁ ସମାସନ ଦଳରେ ସାମିଲ ହୋଇଥିଲେ ଏବଂ ସେ ଅଭିଷେକ ଶର୍ମାଙ୍କ ସହ ଓପନିଂ କରିଥିଲେ ।

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ରବିବାର (ମାର୍ଚ୍ଚ ୧) ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେମାନଙ୍କର ପରବର୍ତ୍ତୀ ସୁପର ୮ ମ୍ୟାଚ୍ ଖେଳିବ। ବିସିସିଆଇ ସଚିବ ଦେବଜିତ ସାଇକିଆ ନ୍ୟୁଜ୍ ଏଜେନ୍ସି ଆଇଏଏନଏସକୁ କହିଛନ୍ତି ଯେ, ରିଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆର ମ୍ୟାଚ୍ରେ ସାମିଲ ହେବେ ନାହିଁ। ଏହା ଉଲ୍ଲେଖନୀୟ ଯେ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ଭାରତ ପାଇଁ ଏକ ଭର୍ଚୁଆଲ୍ କ୍ୱାର୍ଟରଫାଇନାଲ୍ ହେବ। ବିଜୟୀ ଦଳ ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+