ଜାଣନ୍ତୁ, ଝିଅର କଣ ନାମ ରଖିଲେ ବିରାଟ କୋହଲି...
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ନିଜ ଝିଅର ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ତାଙ୍କ ଝିଅର ନାମ ମଧ୍ୟ ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା (ବିରୁଷ୍କା) ନିଜ ଝିଅର ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ତାଙ୍କ ଝିଅର ନାମ ମଧ୍ୟ ପ୍ରକାଶ କରିଛନ୍ତି। ଉଭୟ ନିଜ ଝିଅଅର ନାମ 'ଭମିକା' ରଖିଛନ୍ତି ।
ଉଲ୍ଲେଖଥାଉ ଜାନୁଆରୀରେ ବିରାଟ ଏବଂ ଅନୁଷ୍କା ଗୋଟିଏ କନ୍ୟା ସନ୍ତାନ ଲାଭ କରିଥିଲେ । ତେବେ ଝିଅ ହେବା ପରେ କୌଣସି ଗଣମାଧ୍ୟମକୁ ଝିଅର ଫଟୋ ଉଠାଇବାକୁ ଦେଇ ନଥିଲେ । କିନ୍ତୁ ବର୍ତ୍ତମାନ କୋହଲି ନିଜେ ଝିଅର ପ୍ରଥମ ଫଟୋ ସେୟାର କରିଛନ୍ତି।

ଅନୁଷ୍କା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି, 'ଆମେ ଆମର ପ୍ରେମ, କୃତଜ୍ଞତା ଏବଂ ସାଥୀତା ସହିତ ଅତିବାହିତ କରିଛୁ, କିନ୍ତୁ ଏହି ଛୋଟ 'ଭମିକା 'ସବୁକିଛି ବଦଳାଇ ଦେଇଛି। ଲୁହ, ହସ, ଚିନ୍ତା, ସୁଖ ପରି ଭାବନା ବେଳେବେଳେ କିଛି କ୍ଷଣ ମଧ୍ୟରେ ଅନୁଭବ ହୁଏ । ଆପଣମାନଙ୍କ ଭଲପାଇବା ଏବଂ ଆଶୀର୍ବାଦ ପାଇଁ ସମସ୍ତଙ୍କୁ ଧନ୍ୟବାଦ । '

11 ଜାନୁଆରୀରେ ଅନୁଷ୍କା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏହା ପରେ ପ୍ରଶଂସକମାନେ କୋହଲିଙ୍କୁ ଝିଅର ନାମ ଦେବା ପାଇଁ ପରାମର୍ଶ ଦେଉଥିଲେ। ଅନେକ ମତ ଦେଇଛନ୍ତି ଯେ ବିରାଟ-ଅନୁଷ୍କା ତାଙ୍କ ଝିଅର ନାମ ସିଡନୀ ରଖିବା ଉଚିତ୍। ଏହା ପଛର କାରଣ କୁହାଯାଉଛି ଯେ ତାଙ୍କ ଝିଅ 11 ଜାନୁଆରୀରେ ଜନ୍ମ ହୋଇଥିଲେ, ସେହି ଦିନ ସିଡନୀ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳ ଉଲ୍ଲେଖନାୟ ପ୍ରଦର୍ଶନ କରିଥିଲା ।












Click it and Unblock the Notifications