ରୋହିତ ଶର୍ମାଙ୍କ ପରେ କିଏ ହେବ ଭାରତୀୟ ଦଳର ନୂଆ ଅଧିନାୟକ
Team India T20I News Captain: ଟି -20 ବିଶ୍ୱକପ 2024 ଫାଇନାଲରେ ଭାରତର ରୋମାଞ୍ଚକ ବିଜୟ ହୋଇଛି । ଏହି ସିରିଜରେ ରୋହିତ ଶର୍ମା ବେଶ ଚର୍ଚ୍ଚାରେ ରହିଥିଲେ । ହେଲେ ଟିମ୍ ଇଣ୍ଡିଆର ଟାଇଟଲ୍ ଜିତିବା ପରେ ରୋହିତ ଶର୍ମା ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ଘୋଷଣା କରିଥିଲେ । ଯାହା ପରେ ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି ହେଉଛି ଯେ, ରୋହିତଙ୍କ ପରେ ଟି -20 ରେ ଟିମ୍ ଇଣ୍ଡିଆର ଅଧିନାୟକ କିଏ ହେବେ । ତେବେ ଅଧିନାୟକ ପଦ ପାଇଁ 5ଜଣ ଖେଳାଳିଙ୍କ ନାଁ ରହିଛି ଆଗରେ ।
ଏହାରି ମଧ୍ୟରେ ଭାରତ-ଜିମ୍ବାୱେ ମଧ୍ୟରେ 6ଜୁଲାଇରୁ ସିରିଜ ଖେଳାଯବ । ଏହି ସିରିଜ୍ ପାଇଁ ଶୁବମାନ ଗିଲଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି, କିନ୍ତୁ ସେ ଜଣେ ନିୟମିତ ଅଧିନାୟକ ନୁହଁନ୍ତି। ଏହି ପୋଷ୍ଟ ପାଇଁ ଅର୍ଥାତ୍ ଟିମ ଇଣ୍ତିଆର କ୍ୟାପଟେନସି ପୋଷ୍ଟ ପାଇଁ ଦୁଇଜଣ ଖେଳାଳିଙ୍କ ନାଁ ଲିଷ୍ଟରେ ରହିଛି ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ଋଷଭ ପନ୍ଥ । ଉଭୟଙ୍କର ପୂର୍ବରୁ ଅଭିଜ୍ଞତା ରହିଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜଣେ ଅଭିଜ୍ଞ ଖେଳାଳି । ଅନେକ ଥର ତାଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଭାରତର ବିଜୟରେ ଚାରଚାନ୍ଦ ଲଗାଇଛି । ଟି -20 ବିଶ୍ୱକପ 2024 ର ଫାଇନାଲରେ ହାର୍ଦ୍ଦିକଙ୍କ ବୋଲିଂକୁ ଭୂୟଶୀ ପ୍ରଶଂସା କରାଯାଇଥିଲା । ଯଦି ଆମେ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ରେକର୍ଡକୁ ଦେଖିବା ତେବେ ଏହ ଖୁଲ୍ ଭଲ ଇତିହାସ ରହିଛି ।
2022-23ରେ ପାଣ୍ଡ୍ୟା 16 ଟି ମ୍ୟାଚ୍ ରେ ଭାରତ ଅଧିନାୟକତ୍ୱ କରିଛନ୍ତି । ଏଥି ସହିତ ତାଙ୍କ କ୍ୟାପ୍ଟେନସିରେ ଗୁଜୁରାଟ ଟାଇଟାନ୍ସକୁ ଆଇପିଏଲ ଚାମ୍ପିଅନ୍ ମଧ୍ୟ ହୋଇଥିଲା । ଭାରତୀୟ ଦଳ ପାଣ୍ଡ୍ୟାଙ୍କୁ ପରବର୍ତ୍ତୀ ଅଧିନାୟକ ଭାବରେ ବାଛିବାର ସମ୍ଭାବନା ରହିଛି । ସେହିପରି ଋଷଭ ପନ୍ଥ ପ୍ରଦର୍ଶନ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି। ସୁସ୍ଥ ହୋଇ ଫେରିବା ପରେ ସେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଏବେ ଦେଖିବା ବାକି ରହିଲା କିଏ ନେବ ଭାରତୀୟ ଟିମର ଦାୟିତ୍ୱ ।












Click it and Unblock the Notifications