Shamar Joseph: ଦିନ ମଜୁରିଆଙ୍କ ଜୀବନ ବଦଳାଇ ଦେଲା କ୍ରିକେଟ୍, IPL କଲା କୋଟିପତି !

Shamar Joseph: ପ୍ରତ୍ୟେକ ଖେଳାଳୀ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବା ପାଇଁ ଚାହାଁନ୍ତି । ସବୁ ଥର ପରି ଏଥର ମଧ୍ୟ ଅନେକ ଖେଳାଳୀଙ୍କ ସ୍ୱପ୍ନ ପୂରଣ ହେବା ପାଇଁ ଯାଉଛି । ଏପରି ଜଣେ ପ୍ଲେଆର୍ ହେଉଛନ୍ତି ଶମର ଜୋସେଫ । ୱେଷ୍ଟଣ୍ତିଜର ଏହି ୨୪ ବର୍ଷିୟ ଦ୍ରୁତ ବୋଲରଙ୍କ ଜୀବନର କାହାଣୀ ଖୁବ୍ ରୋମାଞ୍ଚକ । ଶମର ଜୋସେଫ ସଂଘର୍ଷ ଏବଂ ସଫଳତାର ଏକ ଉଦାହରଣ ।

କିଛି ଦିନ ପୂର୍ବରୁ ପ୍ରାୟତଃ ଏହି ଖେଳାଳୀଙ୍କୁ କେହି ଚିହ୍ୱି ମଧ୍ୟ ନଥିଲେ । ହେଲେ ଆଜିକା ତାରିଖରେ ସେ ଜଣେ ଚର୍ଚ୍ଚିତ ଚେହେରା, ତାଙ୍କୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ହେଉଛି । ହେଲେ ଏହି ସଫଳତା ହାସଲ କରିବା ପାଇଁ ଶମର ଜୋସେଫଙ୍କ ଯାତ୍ରା ଅତ୍ୟନ୍ତ କଷ୍ଟସାଧ୍ୟ ଏବଂ କଷ୍ଟକର ଥିଲା । ୩୧ ଅଗଷ୍ଟ ୧୯୯୯ରେ ଗୁଇନାର ବାରକାରେ ଶମରଙ୍କ ଜନ୍ମ । ଏହି ଗାଁରେ ୨୦୧୮ ପର୍ଯ୍ୟନ୍ତ ଇଣ୍ଟରନେଟ୍ ନଥିଲା ।

Shamar Joseph

ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୁରୁଣା ମ୍ୟାଚ୍ ର ହାଇଲାଇଟ୍ ଦେଖି ଶମର ବୋଲିଂ କରିବାର ଟ୍ରେନିଂ ନେଇଛନ୍ତି । କ୍ୟାରିୟର ଆରମ୍ଭରୁ ତାଙ୍କର ପାଖରେ ଅଭ୍ୟାସ କରିବା ପାଇଁ କ୍ରିକେଟ୍ ବଲଟିଏ ମଧ୍ୟ ନଥିଲା । ହେଲେ ଶିଖିବାର ଇଚ୍ଛା ଏବଂ କ୍ରିକେଟ୍ ପ୍ରତି ତାଙ୍କ ଭଲ ପାଇବା ଆଜି ତାଙ୍କୁ ପୁରା ବିଶ୍ୱରେ ଏକ ପରିଚୟ ଦେଇଛି । ଗଣମାଧ୍ୟ ରିପୋର୍ଟ ଅନୁସାରେ, ଗୁଆ ଏବଂ ଲେମ୍ବୁରେ ସେ ବୋଲିଂ କରି ଅଭ୍ୟାସ କରୁଥିଲେ । ହେଲେ ସେହି ସମୟରେ ଶମର ଜାଣି ନଥିଲେ ଦିନେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବାର ମୌକା ମିଳିବ ।

ଟଙ୍କା ଅଭାବ ଏବଂ ପରିବାର ପୋଷଣ କରିବା ପାଇଁ ସେ ଦିନେ ଶ୍ରମିକ ଭାବରେ କାମ କରୁଥିଲେ । ଏହା ପରେ ସେ ସୁରକ୍ଷା କର୍ମୀ ଭାବରେ ଯୋଗ ଦେଇଥିଲେ । ବଞ୍ଚବା ପାଇଁ ଭିନ୍ନ ଭିନ୍ନ ଚାକିରି ତ ସେ କରିଥିଲେ ହେଲେ ତାଙ୍କ ମନରେ କ୍ରିକେଟ୍ ପ୍ରତି ଭଲ ପାଇବା କମି ନଥିଲା । ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ କଠିନ୍ ପରିଶ୍ରମ କରିଥିଲେ ଆଉ ଆଜି ସେ ପୁରା ବିଶ୍ୱରେ ଏକି ପରିଚିତ ଚେହେରା ।

ଆପିଏଲ ତାଙ୍କୁ ରାତାରାତି ତାରକା କରିଛି । ତେବେ କ୍ରିକେଟ୍ ତାଙ୍କୁ ନୂଆ ପରିଚୟ ଦେଇଛି । ଆଜି ସେ କୋଟି କୋଟି ଟଙ୍କାର ମାଲିକ । ଚଳିତ ବର୍ଷ ଜାନୁଆରୀରେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ୱେଷ୍ଟଇଣ୍ଡିଜ୍ ଦଳରେ ଶମର ଜୋସେଫଙ୍କୁ ମଧ୍ୟ ସାମିଲ କରାଯାଇଥିଲ । ଏହି ମ୍ୟାଚରୁ ଅନେକ ଖେଳାଳୀ ବାଦ ପଡିଥିଲେ। ଅନ୍ୟପଟେ ଶମର ବହୁତ ଭଲ ଭାବରେ ଜାଣିଥିଲେ ଯେ ବର୍ତ୍ତମାନ ଏହି ସମୟ ତାଙ୍କ ଭାଗ୍ୟ ବଦଳାଇବା ପାଇଁ ଯାଉଛି ।

ଗାବା ଟେଷ୍ଟରେ ଅଷ୍ଟ୍ରେଲିଆର ୭ଟି ୱିକେଟ୍ ନେଇ ନିଜ ଦଳକୁ ଏକ ଐତିହାସିକ ବିଜୟ ଆଡକୁ ନେଇଥିଲେ Shamar Joseph । ୨୭ ବର୍ଷ ପରେ ୱେଷ୍ଟଇଣ୍ଡିଜକୁ ଅଷ୍ଟ୍ରେଲିଆରେ ବିଜୟରେ ପହଞ୍ଚାଇଥିବା ଶମର ଜୋସେଫ ରାତାରାତି ଷ୍ଟାର ପଲଟିଗଲେ । ବର୍ତ୍ତମାନ Lucknow Super Giants ତାଙ୍କୁ ନିଜ ଦଳରେ ସାମିଲ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+